ଆଜି ବିଶ୍ୱ ସାଗର ଦିବସ ।

ଆଜି ବିଶ୍ୱ ସାଗର ଦିବସ ।

ଆଜି ବିଶ୍ୱ ସାଗର ଦିବସ ।
ପ୍ରତିବର୍ଷ ଜୁନ୍ ୮ ତାରିଖରେ ପାଳିତ ହେଉଛି ବିଶ୍ୱ ସାଗର ଦିବସ । ଏହି ଦିବସ ପାଳନ ପାଇଁ ୧୯୯୨ରେ ପ୍ରଥମେ କାନାଡାର ‘ଅନ୍ତର୍ଜାତୀୟ ସମୁଦ୍ର ବିକାଶ କେନ୍ଦ୍ର’ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ‘ଓସିନ୍ ଇନଷ୍ଟିଚୁ୍ୟଟ୍ ଅଫ୍ କାନାଡା’ ପ୍ରସ୍ତାବକୁ ସମର୍ଥନ କରିଥିଲା । ରିଓ ଡି ଜେନିରୋରେ ଅନୁଷ୍ଠିତ ଜାତି ସଂଙ୍ଗର ‘ଆର୍ଥ ସମିଟ୍’ ଅବସରରେ ଏ ପ୍ରସଙ୍ଗରେ ଆଲୋଚନା ହୋଇ ସେହି ବର୍ଷ ବିଶ୍ୱର କେତେକେ ରାଷ୍ଟ୍ରରେ ଏହି ଦିବସ ପାଳିତ ହୋଇଥିଲା । ତେବେ, ଜାତି ସଂଘ ବହୁ ବିଳମ୍ବରେ ୨୦୦୮ରେ ଏହାକୁ ଔପଚାରିକ ସୀକୃତି ଦେଇଥିଲା । ସମୁଦ୍ରରୁ ମଣିଷ ଖାଦ୍ୟ, ଅମ୍ଳଜାନ, ଔଷଧ ଆଦି ଅନେକ ଦରକାରୀ ସାମଗ୍ରୀ ପାଉଛି । ତେଣୁ, ଏହାକୁ ସୁରକ୍ଷିତ ରଖିବା ମଣିଷର ଦାୟିତ୍ୱ । ଏ ବାବଦରେ ଜନସଚେତନତା ସୃଷ୍ଟି ଏହି ଦିବସ ପଳନର ମୁଖ୍ୟ ଲକ୍ଷ୍ୟ ।