ଦେଶରେ ୨୪ ଘଂଟାରେ ୯୭ ମୃତ

ଦେଶରେ ୨୪ ଘଂଟାରେ ୯୭ ମୃତ

ଦେଶରେ ୨୪ ଘଂଟାରେ ୯୭ ମୃତ
ନୂଆଦିଲ୍ଲୀ: ଦେଶରେ ଦିନକରେ ୧୩,୧୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଦେଶରେ ୨୪ ଘଂଟାରେ କରୋନା ଯୋଗୁଁ ୯୭ ଜଣ ଲୋକ ମୃତୁ୍ୟବରଣ କରିଛନ୍ତି । କରୋନା ଟିକେ ଦେଶରୁ କମିଥିଲେ ମଧ୍ୟ ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ରହୁଛି । ସେହିପରି ଦେଶରେ କରୋନା ଯୋଗୁଁ ଲୋକଙ୍କ ମୃତୁ୍ୟ ବନ୍ଦ ହୋଇ ନାହିଁ । ବର୍ତମାନ ଦେଶରେ କରୋନ ଆକ୍ରାନ୍ତ ସଂଖ୍ୟା ୧ କୋଟି ୯ ଲକ୍ଷ ୬୩ ହଜାର ୩୯୪ ରେ ପଂହଚିଛି । ୧ କୋଟି ୬ ଲକ୍ଷ ୬୭ ହଜାର ୭୪୧ ଲୋକେ କରୋନା ଯୋଗୁଁ ମୃତୁ୍ୟବରଣ କରିଛନ୍ତି । ୧ ଲକ୍ଷ ୩୯ ହଜାର ୫୪୨ ସକ୍ରିୟ ଆକ୍ରାନ୍ତ ଚିକିସ୍ଥାଧୀନ ଅବସ୍ଥାରେ ରହିଥିବା ବେଳେ ୧ କୋଟି ୦୬ ଲକ୍ଷ ୬୭ ହଜାର ୭୪୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।