ପୁଣି ଆନ୍ଧ୍ରର ଦାଦାଗିରି

ପୁଣି ଆନ୍ଧ୍ରର ଦାଦାଗିରି

ପୁଣି ଆନ୍ଧ୍ରର ଦାଦାଗିରି
ଭୁବନେଶ୍ୱର: ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ପୁଣି ଦାଦାଗିରି । ଓଡିଶା ସୀମାରେ ରାସ୍ତା ସଂପ୍ରସାରଣ ଆନ୍ଧ୍ର ସରକାର କରୁଛି । କାଶିନଗର ବ୍ଲକ ସୀତାପୁର ପଂଚାୟତରେ ପଶି ରାସ୍ତା ନିର୍ମାଣ କରୁଛି । ଆଳତୀପୁର ପଂଚାୟତରୁ ଓଡିଶାକୁ ଯୋଗାଯୋଗ ରାସ୍ତାର ସଂପ୍ରସାରଣ କରୁଛି । ଏହି ପରି ଭାବରେ ଆନ୍ଧ୍ର ସରକାର ଓଡିଶାକୁ ଗିଳିବାକୁ ଚାହୁଁଛି । ଓଡିଶାରେ ଏବେ ରାସ୍ତା ସଂପ୍ରସାରଣ କରୁଛି ଆଉ କିଛି ଦିନ ଗଲେ ଯେମତି ଓଡିଶାରୁ କିଛି ସ୍ଥାନ ଛଡାଇ ନେଇ ଯିବ । ଆନ୍ଧ୍ରର ଏଭଳି କାର୍ଯ୍ୟକୁ ଓଡିଶା ସରକାର ଘୋର ନିନ୍ଦା କରୁଛି । ପ୍ରଥମ କୋଟିଆରେ ଆନ୍ଧ୍ର ନିର୍ବାଚନ କରାଇଥିବାବେଳେ ଏବେ ଓଡ଼ିଶା ଭିତରକୁ ପଶି ରାସ୍ତା ନିର୍ମାଣ କରୁଛି । ଗଜପତି ଜିଲ୍ଲା କାଶୀନଗର ବ୍ଲକ ଛଅମାଇଲ ନିକଟରେ ଆନ୍ଧ୍ର ପକ୍ଷରୁ ରାସ୍ତା ନିର୍ମାଣ କରାଯାଉଥିବା ଜଣାଯାଇଛି । ଓଡ଼ିଶା ଭିତରକୁ ୧ କିଲୋମିଟର ପଶି ଆନ୍ଧ୍ର ପକ୍ଷରୁ ରାସ୍ତା ନିର୍ମାଣ କରାଯାଉଛି । ଆନ୍ଧ୍ରର ଆଳତିରୁ ଛଅମାଇଲ ଗାଁ ପର୍ଯ୍ୟନ୍ତ ୧ କିମି ଓଡ଼ିଶାର ରାସ୍ତା । ଆନ୍ଧ୍ର ଏହା ନମାନି ଓଡ଼ିଶା ଭିତରକୁ ପଶି ରାସ୍ତା ନିର୍ମାଣ କରୁଛି । ତେବେ ଗଜପତି ଜିଲ୍ଲା ପ୍ରଶଶସନର ବିରୋଧ ପରେ ରାସ୍ତାକାମ ବନ୍ଦ ଥିବା ଜଣାଯାଇଛି । ଅନ୍ୟପକ୍ଷରେ କୋଟିଆକୁ ନେଇ ସୁପ୍ରିମକୋର୍ଟରେ ମାମଲା କରାଯାଇଥିବାବେଳେ ସୁପ୍ରିମକୋର୍ଟ ଏହାର ଶୁଣାଣି କରି ଓଡ଼ିଶା ସରକାରଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି । ଆନ୍ଧ୍ର ପ୍ରଦେଶ ସରକାର ନିଜର ଜବାବ ଦାଖଲ କରିସାରିଥିବାବେଳେ ଓଡ଼ିଶା ସରକାରଙ୍କୁ ପ୍ରତିଜବାବ ଦାଖଲ ଲାଗି ସୁପ୍ରିମକୋର୍ଟ ୪ ସପ୍ତାହ ସମୟ ଦେଇଛନ୍ତି । ଏଥିସହ ପୂର୍ବରୁ ଆନ୍ଧ୍ରପ୍ରଦେଶ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ଓଡ଼ିଶା ସରକାର ପ୍ରତିଜବାବ ଦେବା ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ଏନେଇ ଓଡ଼ିଶା ପକ୍ଷ ଓକିଲ ଶିବଶଙ୍କର ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ଆମ ପାଖରେ ପର୍ଯ୍ୟାପ୍ତ ଡକୁ୍ୟମେଣ୍ଟ ଅଛି । ୧୯୩୬ ମସିହା ପରଠାରୁ ଆମ ପାଖରେ ସବୁ ଡକୁ୍ୟମେଣ୍ଟ ଅଛି । ଆନ୍ଧ୍ର ଯେଉଁ ଡକୁ୍ୟମେଣ୍ଟ ଦାଖଲ କରିଛି, ସବୁ ମିଛ । ପୂର୍ବରୁ ସେଠାରେ ଆନ୍ଧ୍ର ନିର୍ବାଚନ କରିଥିବା ଦାବି ବି ମିଛ । ଆନ୍ଧ୍ର ତା ସପକ୍ଷରେ ୪/୫ଟି ଫଟୋ ଦେଖାଇଛି । ଆମ ପାଖରେ ଆମ ସପକ୍ଷରେ ଆଲବମ ଭର୍ତ୍ତି ଫଟୋ ଅଛି ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।