ଜଗତସିଂହପୁରରୁ ବିଜେପିର ପ୍ରାର୍ଥୀ ହୋଇ ପାରନ୍ତି ବିଭୂ

ଜଗତସିଂହପୁରରୁ ବିଜେପିର ପ୍ରାର୍ଥୀ ହୋଇ ପାରନ୍ତି ବିଭୂ

ଜଗତସିଂହପୁରରୁ ବିଜେପିର ପ୍ରାର୍ଥୀ ହୋଇ ପାରନ୍ତି  ବିଭୂ
ଭୁବନେଶ୍ୱର : ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ଜଗତସିଂହପୁରର ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ ବିଜେପିରେ ମିଶିବେ । ଅପରପକ୍ଷରେ ବିଜେପି ଟିକେଟ ଘୋଷଣା କରିନଥିବାରୁ ବିଭୁଙ୍କୁ ନେଇ ବିଜେପି ପ୍ରାର୍ଥୀ କରିବ ବୋଲି କୁହାଯାଉଛି । ବିଭୂ ତରାଇ ଜଗତସିଂହପୁର ଲୋକସଭା ଆସନରୁ କଂଗ୍ରେସ ଟିକେଟ ପାଇବାକୁ ଆଶା ରଖିଥିଲେ । କିନ୍ତୁ ତାଙ୍କୁ ଟିକେଟ ମିଳିନଥିଲା । ଲୋକସଭା ବଦଳରେ ତାଙ୍କୁ ମିଳିଲା ତିର୍ତୋଲ ବିଧାନସଭା ଟିକେଟ । ତିର୍ତୋଲରୁ ବିଜେଡ଼ିର ଟାଣୁଆ ନେତା ବିଷ୍ଣୁ ଦାସ ପ୍ରାର୍ଥୀ ହେଉଛନ୍ତି । ତେଣୁ ସେଠାରେ ବିଜୟ ସମ୍ଭାବନା ନଥିବା ସେ ସ୍ପଷ୍ଟ ସଂକେତ ପାଇସାରିଛନ୍ତି । ସେହିପରି ବାପି ସର୍ଖେଲଙ୍କୁ କାହିଁକି ଟିକେଟ ମିଳିଲା ବୋଲି ବିଭୂ ପ୍ରଶ୍ନ କରିଛନ୍ତି । ବାପିଙ୍କ ସହ ଚିରଞ୍ଜିବୀ ବିଶ୍ୱାଳଙ୍କର ମଧ୍ୟ ସୁସମ୍ପର୍କ ନାହିଁ । ତେବେ ପାରାଦୀପ କଂଗ୍ରେସ କହିଲେ ବାପିଙ୍କୁ ହିଁ ବୁଝାଏ । ତାଙ୍କୁ ଟିକେଟ ନଦେଲେ ଦଳ ଜିତିବା କଥା ଛାଡ଼ ଟକ୍କର ଦେବା ସ୍ଥିତିରେ ବି ରହିବନି ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ବିଭୂ ହଠାତ କଂଗ୍ରେସ ଛାଡ଼ି ଦଳ ବିରୋଧରେ ବିଷୋଦଗର କରିଥିବାରୁ ସେ ବିଜେପିକୁ ଯିବେବୋଲି ଚର୍ଚ୍ଚା ହେଉଛି ।