କୋଟିଆ ମାମଲାରେ ଓଡିଶାକୁ ୪ ସପ୍ତାହର ମହଲତ

କୋଟିଆ ମାମଲାରେ ଓଡିଶାକୁ ୪ ସପ୍ତାହର ମହଲତ

କୋଟିଆ ମାମଲାରେ ଓଡିଶାକୁ ୪ ସପ୍ତାହର ମହଲତ
ଭୁବନେଶ୍ୱର: କୋଟିଆ ମାମଲାରେ ଏବେ ରାଜନୀତି ଜୋର ଧରିଥିବାବେଳେ ଏହାରି ଭିତରେ ଏକ ବଡ଼ ଖବର ସାମାନାକୁ ଆସିଛି । କୋଟିଆକୁ ନେଇ ସୁପ୍ରିମକୋର୍ଟରେ ମାମଲା କରାଯାଇଥିବାବେଳେ ସୁପ୍ରିମକୋର୍ଟ ଏହାର ଶୁଣାଣି କରି ଓଡ଼ିଶା ସରକାରଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି । ଆନ୍ଧ୍ର ପ୍ରଦେଶ ସରକାର ନିଜର ଜବାବ ଦାଖଲ କରିସାରିଥିବାବେଳେ ଓଡ଼ିଶା ସରକାରଙ୍କୁ ପ୍ରତିଜବାବ ଦାଖଲ ଲାଗି ସୁପ୍ରିମକୋର୍ଟ ୪ ସପ୍ତାହ ସମୟ ଦେଇଛନ୍ତି । ପୂର୍ବରୁ ଆନ୍ଧ୍ରପ୍ରଦେଶ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ଓଡ଼ିଶା ସରକାର ପ୍ରତିଜବାବ ଦେବା ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।