କରୋନାରେ ପ୍ରାଣ ହରାଇଲେ ପ୍ରଖ୍ୟାତ ଉର୍ଦ୍ଧୁ କବି ରାହତ ଇନେ୍ଦାରୀ

କରୋନାରେ ପ୍ରାଣ ହରାଇଲେ ପ୍ରଖ୍ୟାତ ଉର୍ଦ୍ଧୁ କବି ରାହତ ଇନେ୍ଦାରୀ

କରୋନାରେ ପ୍ରାଣ ହରାଇଲେ ପ୍ରଖ୍ୟାତ ଉର୍ଦ୍ଧୁ କବି ରାହତ ଇନେ୍ଦାରୀ
ଇନେ୍ଦାର : ପ୍ରଖ୍ୟାତ ଉର୍ଦ୍ଧୁ କବି ରାହତ ଇନେ୍ଦାରୀ କରୋନାରେ ପ୍ରାଣ ହରାଇଛନ୍ତି । ଗତକାଲି କରୋନା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଇନେ୍ଦାରୀଙ୍କର ଆଜି ପରଲୋକ ହୋଇଛି । ଇନେ୍ଦାରୀ କବି ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ୧୪ ରୁ ଅଧିକ ବଲିଉଡ୍ ଫିଲ୍ମ ପାଇଁ ଗୀତ ଲେଖିଛନ୍ତି । ଏହା ସହିତ ସେ ୭ଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି । ଗତକାଲି କରୋନା ଲକ୍ଷଣ ଦେଖା ଦେବାରୁ ଇନେ୍ଦାରୀଙ୍କୁ ଇନେ୍ଦାର ସ୍ଥିତ ଅରୋବିନେ୍ଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ୧ ଜାନୁୟାରୀ ୧୯୫୦ ରେ ରାହତ କ୍ୟୁରେସୀ ନାମରେ ଜନ୍ମଗ୍ରହଣ କରିଥିବା ବେଳେ ଭୋପାଳ ସ୍ଥିତ ବର୍କତଉଲ୍ଲା ବିଶ୍ୱବିଦ୍ୟାଳୟରୁ ଉର୍ଦ୍ଧୁରେ ସ୍ନାତକୋତ୍ତର ଶିକ୍ଷା ହାସଲ କାରିଥିଲେ । ୧୯୭୫ରେ ରାଜା ଭୋଜ ବିଶ୍ୱ ବିଦ୍ୟାଳୟରୁ ଉର୍ଦ୍ଧୁରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ । ଏହା ସହିତ ଦୁଇ ଦୁଇ ଥର କପିଲ ଶର୍ମା ଶୋରେ ଆସିଥିବା ବେଳେ ବିଦେଶ ତଥା ଦେଶରେ ଏକାଧିକ ଆସରରେ ଯୋଗ ଦିଅନ୍ତି ।