ଗଞ୍ଜାମ ପାଇଁ ୫ ଓଏଏସ ଓ ୮ ମେଡିକାଲ ଅଫିସର

ଗଞ୍ଜାମ ପାଇଁ ୫ ଓଏଏସ ଓ ୮ ମେଡିକାଲ ଅଫିସର

ଗଞ୍ଜାମ ପାଇଁ ୫ ଓଏଏସ ଓ ୮ ମେଡିକାଲ ଅଫିସର
ଭୁବନେଶ୍ୱର: ଗଞ୍ଜାମ ପାଇଁ ୫ ଜଣ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ରାଜସ୍ୱ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଓଏଏସ (କନିଷ୍ଠ ଶାଖା) ର ସରୋଜ କୁମାର ରାଉତ, ଅବନୀକାନ୍ତ ସାହୁ, ଯୋଗେନ୍ଦ୍ର ମାଝି, ଜଗଦୀଶ ଷଡଙ୍ଗୀ ଓ ଆଲୋକ କୁମାର ଦେହୁରୀ ରହିଛନ୍ତି । ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୮ ମେଡିକାଲ ଅଫିସରଙ୍କ ସହ କନ୍ଧମାଳ ଡେପୁଟି କଲେକ୍ଟର ଏବଂ ଲହୁଣିପଡା ତହସିଲଦାରଙ୍କୁ ଗଞ୍ଜାମ ଯିବାକୁ ନିଦେ୍ର୍ଧଶ ଦିଆଯାଇଛି । ନିକଟରେ ୨ ବରିଷ୍ଠ ଆଇଏଏସ ଏବଂ ୬ ଓଏଏସ ଗଞ୍ଜାମରେ ନିୟୋଜିତ ହୋଇଥିଲେ । ଏହା ବାଦ ଆଡଭାନ୍ସ ଲାଇଫ ସର୍ପୋର୍ଟ ଆମ୍ବୁଲାନ୍ସ ଗଞ୍ଜାମ ପଠାଯାଇଥିଲା । ଆବଶ୍ୟକ ପଡ଼ିଲେ ଅଧିକ ଆମ୍ବୁଲାନ୍ସ ପଠାଯିବାକୁ ସରକାରଙ୍କ ପକ୍ଷରୁ ନିଦେ୍ର୍ଧଶ ରହିଛି ।