ହୋମ ଆଇସୋଲେସନରେ ମାନସ ଚୌଧୁରୀଙ୍କ ପୁତୁରା

ହୋମ ଆଇସୋଲେସନରେ ମାନସ ଚୌଧୁରୀଙ୍କ ପୁତୁରା

ହୋମ ଆଇସୋଲେସନରେ ମାନସ ଚୌଧୁରୀଙ୍କ ପୁତୁରା
ଭୁବନେଶ୍ୱର : ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ପୁତୁରା ଏବେ ହୋମ ଆଇସୋଲେସନରେ ରହିଛନ୍ତି । ଲଣ୍ଡନର ୱାରିକ ୟୁନିଭରସିଟିରେ ଅଧ୍ୟୟନ କରୁଥିବା ମାନସଙ୍କ ପୁତୁରା ସମ୍ଭବ ଚୌଧୁରୀ ଆଜି ଲଣ୍ଡନରୁ ଓଡ଼ିଶା ଫେରିଛନ୍ତି । ଘରକୁ ଫେରିବା ପରେ ଓଡ଼ିଶା ସରକାରଙ୍କ କରୋନା ସଂକ୍ରାନ୍ତୀୟ ୱେବସାଇଟରେ ନିଜ ନାମ ପଞ୍ଜୀକରଣ କରି ହୋମ ଆଇସୋଲେସନରେ ରହିଛନ୍ତି । ଏସମ୍ପର୍କରେ ସମ୍ଭବଙ୍କ ବାପା ସନ୍ତୋଷ କୁମାର ଚୌଧୁରୀ କହିଛନ୍ତି ଯେ, କରୋନା ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ତେବେ ଆମେ ସତର୍କ ଓ ସଚେତନ ହେଲେ କରୋନାକୁ ମୁକାବିଲା କରିପାରିବା । ତାଙ୍କ ପୁଅ ଆଜି ଲଣ୍ଡନରୁ ଫେରିଛନ୍ତି । ତେବେ ତାଙ୍କ ଦେହରେ କୌଣସି ଲକ୍ଷଣ ନଥିଲେ ବି ସରକାରଙ୍କ ମାର୍ଗଦର୍ଶିକା ଆଧାରରେ ପଞ୍ଜୀକରଣ କରାଯିବା ସହ ହୋମ ଆଇସୋଲେସନରେ ରଖାଯାଇଛି । ସୂଚନାଯୋଗ୍ୟଯେ, ଗଜପତି ମହାରାଜ ଆମେରିକାରୁ ଫେରିବା ପରେ ଏବେ ହୋମ ଆଇସୋଲେସନରେ ରହିଥିବାବେଳେ ଯୋଜନା ବୋଡର଼୍ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ପୁଅ ଲଣ୍ଡନରୁ ଫେରିବା ପରେ ଘରେ ଆଇସୋଲେସନରେ ଅଛନ୍ତି । ସେହିପରି ଆଇଏଏସ ଅଫିସର ତଥା ଓଏମସି ନିଦେ୍ର୍ଧଶକ ଭିନୀଲ କ୍ରୀଷ୍ଣା ମଧ୍ୟ ପଞ୍ଜୀକରଣ କରି ଆଇସୋଲେସନରେ ରହିଛନ୍ତି ।