କାଲି ଫେରିବ ଜଗା ଟଙ୍କା ।

କାଲି ଫେରିବ ଜଗା ଟଙ୍କା ।

କାଲି ଫେରିବ ଜଗା ଟଙ୍କା ।
ୟେସ୍ ବ୍ୟାଙ୍କରେ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଆସନ୍ତାକାଲି ଫେରିବ । ୟେସ୍ ବ୍ୟାଙ୍କରୁ ଉଠାଇ ଏହି ଟଙ୍କାକୁ ଜାତୀୟକରଣ ବ୍ୟାଙ୍କରେ ରଖାଯିବ। ଇ-ଟ୍ରାନ୍ସଫର ମାଧ୍ୟମରେ ଟଙ୍କା ଫେରିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା। ଏହି ଖବର ପ୍ରଚାରିତ ହେବା ପରଠୁ ରାଜ୍ୟବାସୀ ଆଶ୍ୱସ୍ତ ହୋଇଛନ୍ତି। ଆଜି ସଂଧ୍ୟା ୬ଟାରେ ପୁନଃ କାର୍ୟ୍ୟକ୍ଷମ ହେଉଛି ୟେସ୍ ବ୍ୟାଙ୍କ। ଗତବର୍ଷ ମାର୍ଚ୍ଚ ୧୯ ତାରିଖରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ୟେସ୍ ବ୍ୟାଙ୍କରେ ଜମା କରାଯାଇଥିଲା। ତେଣୁ ଆସନ୍ତାକାଲି ମାଚ୍ୟୁରିଟି ପୂରୁଥିବାରୁ ଟଙ୍କା ଉଠିବ ବୋଲି ଜଣାଯାଇଛି।