ରାଜ୍ୟରେ ଚିହ୍ନଟ ହେଲା ୫ମ କରୋନା ଆକ୍ରାନ୍ତ

ରାଜ୍ୟରେ ଚିହ୍ନଟ ହେଲା ୫ମ କରୋନା ଆକ୍ରାନ୍ତ

ପ୍ରଥମେ ବିଶ୍ବ ଦେଶ ଏବେ ରାଜ୍ୟରେ ଧିରେ ଧିରେ କରୋନା ଉଗ୍ର ହେବାରେ ଲାଗିଛି। ଏହା ଭିତରେ ଓଡ଼ିଶାରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଛୁଇଁଛି। ଟୁଇଟ୍ ଅନୁଯାୟୀ ରାଜଧାନୀ ଭୁବନେଶ୍ବରର ସୂର୍ଯ୍ୟନଗରରେ ରହୁଥିବା ୬୦ ବର୍ଷୀୟ ବ୍ୟକ୍ତି ଆଜି ବହୁବିଧ ବ୍ୟାଧିରେ ପୀଡ଼ିତ ହୋଇ ଭୁବନେଶ୍ବର ଏମସରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ସ୍ବାବ୍ ନମୁନା ପରୀକ୍ଷାରୁ ସେ କରୋନା ପଜିଟିଭ ବୋଲି ଜଣାପଡ଼ିଛି। ତେବେ ତାଙ୍କ ବିଷୟରେ କିଛି ଅଧିକ ତଥ୍ୟ ମିଳିପାରିନାହିଁ।