କାଳିଆ ଯୋଜନାରେ ଅଯୋଗ୍ୟଙ୍କ ସଂଖ୍ୟା ଲକ୍ଷେ ଟପିଛି

କାଳିଆ ଯୋଜନାରେ ଅଯୋଗ୍ୟଙ୍କ ସଂଖ୍ୟା ଲକ୍ଷେ ଟପିଛି

ଭୁବନେଶ୍ୱର: କାଳିଆ ଯୋଜନାରେ ଅଯୋଗ୍ୟଙ୍କ ସଂଖ୍ୟା ଲକ୍ଷେ ଟପିଛି । ଏକଥା ଆମେ କହୁନାହୁଁ, ବୁଧବାର ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଉତ୍ତର ରଖି ଏହା କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ, କାଳିଆ ଯୋଜନାରେ ୧ ଲକ୍ଷ ୪ ହଜାର ୭୬ ଜଣ ଅଯୋଗ୍ୟ ଘୋଷିତ ହୋଇଛନ୍ତି । କାଳିଆ ଯୋଜନାରେ ମୋଟ ୫୬ ଲକ୍ଷ ୧୪ ହଜାର ୭୦୭ ଜଣ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ।