କାର ଦୁର୍ଘଟଣାରେ ଅତିରିକ୍ତ ଜିଲ୍ଲାପାଳଙ୍କ ମୃତୂ୍ୟ

କାର ଦୁର୍ଘଟଣାରେ ଅତିରିକ୍ତ ଜିଲ୍ଲାପାଳଙ୍କ ମୃତୂ୍ୟ

କାର ଦୁର୍ଘଟଣାରେ ଅତିରିକ୍ତ ଜିଲ୍ଲାପାଳଙ୍କ ମୃତୂ୍ୟ
ବୌଦ୍ଧ : ମୃତୁ୍ୟ ଏମିତି ବି ଆସେ । ଶୁକ୍ର, ଶନି ଓ ରବିବାର ଛୁଟି ଥିଲା । ସୋମବାର କାର୍ଯ୍ୟରେ ଯୋଗଦେବା ପାଇଁ ସକାଳୁ ସକାଳୁ ସେ ଘରୁ ଅଫିସ ବାହାରିଥିଲେ । ହେଲେ ବାଟରେ ସତେଯେମିତି ଅପେକ୍ଷା କରିଥିଲା ମୃତୁ୍ୟ । ଦୁର୍ଘଟଣାରେ ସବୁଦିନ ପାଇଁ ସେ ଦୁନିଆ ଛାଡ଼ିଦେଲେ । ଏମିତି ଜଣେ ହତଭାଗା ହେଉଛନ୍ତି ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀ । ଆଜି ସକାଳ ପ୍ରାୟ ସାଢେ଼ ୭ଟାରେ ବୌଦ୍ଧକୁ ଆସିବା ରାସ୍ତାରେ ଚାରିଛକ ଅଂଚଳର କଲରାକୋଠା ନିକଟରେ ତାଙ୍କ କାରଟି ଗଛରେ ପିଟି ହୋଇ ବୁଲି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଉନ୍ନତ ଚିକିତ୍ସା ନିମନ୍ତେ ସେଠାରୁ ତାଙ୍କୁ ବୌଦ୍ଧ ସଦର ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଛି ।