ବସ୍ତିବାସିନ୍ଦାଙ୍କୁ ଘର : ୮୮୯୯ ଜଣଙ୍କୁ ମୁଖ୍ୟମନ୍ତ୍ରୀ ବାଂଟିଲେ ଆବଂଟନ ପତ୍ର

ବସ୍ତିବାସିନ୍ଦାଙ୍କୁ ଘର : ୮୮୯୯ ଜଣଙ୍କୁ ମୁଖ୍ୟମନ୍ତ୍ରୀ ବାଂଟିଲେ ଆବଂଟନ ପତ୍ର

ବସ୍ତିବାସିନ୍ଦାଙ୍କୁ ଘର : ୮୮୯୯ ଜଣଙ୍କୁ ମୁଖ୍ୟମନ୍ତ୍ରୀ ବାଂଟିଲେ ଆବଂଟନ ପତ୍ର
ଭୁବନେଶ୍ୱର : ଆବାସ ମିଶନ ଯୋଜନାରେ ବସ୍ତି ବାସିନ୍ଦାଙ୍କୁ ଗୃହ ଯୋଗାଣ କରାଯିବ । ନିର୍ବାଚନ ପୂର୍ବରୁ ଏହି ପ୍ରତିଶ୍ରୁତି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ୮୮୯୯ ଜଣଙ୍କୁ ଆବଂଟନ ପତ୍ର ବଂଟନ କରାଯାଇଛି । ୧୦୪ ଜଣଙ୍କୁ ଚୂଡ଼ାନ୍ତ ଆବଂଟନ ପତ୍ର ବଂଟନ କରାଯାଇଥିବାବେଳେ ୧୩୦ ଜଣଙ୍କୁ ପ୍ରୋଭିଜନାଲ ଆବଂଟନ ପତ୍ର ଓ ୮୬୬୫ ଜଣଙ୍କୁ ଏନଟାଇଟେଲମେଂଟ ସାର୍ଟିଫିକେଟ ପ୍ରଦାନ କରାଯାଇଇଛି । ଜନତା ମଇଦାନରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ହଜାର ହଜାର ବସ୍ତିବାସିନ୍ଦାଙ୍କୁ ସମ୍ବୋଧିତ କରିବା ସହ ଆବଂଟନ ପତ୍ର ବଂଟନ କରିଥିଲେ । ୨୦୨୨ ସୁଦ୍ଧା ପ୍ରତ୍ୟେକ ବସ୍ତି ବାସିନ୍ଦାଙ୍କୁ ପକ୍କା ଘର ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ୧୦ ହଜାର ବସ୍ତିବାସିନ୍ଦାଙ୍କୁ ପକ୍କାଘର ଯୋଗାଇବା ପାଇଁ ଯୋଜନା ହୋଇଥିବାବେଳେ ରାଜଧାନୀରେ ୨ ହଜାର ବସ୍ତିବାସିନ୍ଦାଙ୍କୁ ଘର ଆବଂଟନ କରାଯାଇସାରିଛି । ୨୦୧୫ରେ ରାଜ୍ୟ ସରକାର ଏହି ଯୋଜନା ଘୋଷଣା କରିଥିବାବେଳେ ୨୦୨୨ ସୁଦ୍ଧାଏହି ଲକ୍ଷ୍ୟ ପୂରଣ ହେବବୋଲି ଆଶା କରାଯାଉଛି ।