ହାତୀ ଆକ୍ରମଣରେ ମା, ପୁଅ ମୃତ

ହାତୀ ଆକ୍ରମଣରେ ମା, ପୁଅ ମୃତ

ହାତୀ ଆକ୍ରମଣରେ ମା, ପୁଅ ମୃତ
କୁଚିଣ୍ଡା: ହାତୀ ଆକମ୍ରଣରେ ମା ଓ ପୁଅଙ୍କ ମୃତୁ୍ୟ ହୋଇଥିବାବେଳେ ବାପା ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଭୋଜପୁର ରେଞ୍ଜ ଗଡ଼ାକୁନା ଗାଁ ଅଖରାଦାନ ପଡ଼ାରେ ଏଭଳି ଅଘଟଣ ଘଟିଛି । ଆକ୍ରମଣରେ ଗୁରୁତର ବାପାକୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପ୍ରକାଶ ଯେ, ବାପା, ମା ଓ ପୁଅ ଇଟାଭାଟିରେ ଶ୍ରମିକଭାବେ କାମ କରନ୍ତି । ରାତିରେ ଶୋଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଇଟାଭାଟି ପାଖ କୁଡ଼ିଆରେ ଶୋଇଥିବାବେଳେ ହାତୀ ଦଳିଦେଲା ।