ରାଜ୍ୟରେ ୧୪୩୪ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ରାଜ୍ୟରେ ୧୪୩୪ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ରାଜ୍ୟରେ ୧୪୩୪ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଭୁବନେଶ୍ୱର : ରବିବାର ଦିନ ରାଜ୍ୟରୁ ୧୪୩୪ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୪୩୪ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୯ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟୁ ହୋଇଥିବା ବେଳେ ୫୪୫ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୯ ଜଣ, ବାଲେଶ୍ୱରରୁ ୧୨ ଜଣ , ବରଗଡରୁ ୫, ଭଦ୍ରକୁ ୨୫, ବୌଦ୍ଧରୁ ୫, କଟକରୁ ୧୨୩, ଦେବଗଡରୁ ୨, ଢେଙ୍କନାଳରୁ ୧୩, ଗଜପତିରୁ ୯୧, ଗଞ୍ଜାମରୁ ୩୨୦, ଜଗତସିଂହପୁରରୁ ୧୩, ଯାଜପୁରରୁ ୫୭, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୧୮, କନ୍ଧମାଳରୁ ୪୪, କେନ୍ଦ୍ରାପଡାରୁ ୨୨, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୨୧୮, କୋରାପୁଟରୁ ୧୨, ମାଲକାନଗିରିରୁ ୨୪, ମୟୁରଭଞ୍ଜରୁ ୧, ନବରଙ୍ଗପୁରରୁ ୨୩, ନୟାଗଡରୁ ୨୪, ନୂଆପଡାରୁ ୭, ପୁରୀରୁ ୬୫, ରାୟଗଡାରୁ ୧୯୭, ସମ୍ବଲପୁରରୁ ୫୧, ସୋନପୁରରୁ ୬ ଏବଂ ସୁନ୍ଦରଗଡରୁ ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରବିବାର ସୁଦ୍ଧା ସମୁଦାୟ ୫ ଲକ୍ଷ ୪୩ ହଜାର ୩୧୬ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୧୩ ରହିଛି । ୨୧୨୭୩ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୪୦୪ ରହିଛି ।