୩ ମାସରେ ୩ ଜଣଙ୍କୁ ବିବାହ କଲେ ମହିଳା : ତାପରେ କଣ ହେଲା ଜାଣନ୍ତୁ

୩ ମାସରେ ୩ ଜଣଙ୍କୁ ବିବାହ କଲେ ମହିଳା : ତାପରେ କଣ ହେଲା ଜାଣନ୍ତୁ

୩ ମାସରେ ୩ ଜଣଙ୍କୁ ବିବାହ କଲେ ମହିଳା : ତାପରେ କଣ ହେଲା ଜାଣନ୍ତୁ
ଔରଙ୍ଗାବାଦ : ବିଗତ ତିନି ମାସ ମଧ୍ୟରେ ତିନି ଜଣଙ୍କୁ ବିବାହ କରି ଶେଷରେ ଗିରଫ ହୋଇଛନ୍ତି ଜଣେ ମହିଳା । ଲକଡାଉନରେ ଅର୍ଥାଭାବର ସମ୍ମୁଖୀନ ହୋଇ ଏବଂ ନିଜର ଚାକିରି ହରାଇ ମହିଳା ଜଣଙ୍କ ଏକ ଠକେଇ ଗ୍ୟାଙ୍ଗରେ ସାମିଲ ହୋଇଥିଲେ । ଔରଙ୍ଗାବାଦର ମୁକୁନ୍ଦବାଡିର ବାସିନ୍ଦା ବିଜୟା ଅମୃତେ(୨୭)ଙ୍କୁ ପୋଲିସ ଶନିବାର ଦିନ ଠକେଇ ଅଭିଯୋଗରେ ଗିରଫ କରିଛି । ନାଶିକର ଯୋଗେଶ ସିରାସ୍ଥଙ୍କ ଅଭିଯୋଗ ଆଧାରରେ ପୋଲିସ ମହିଳାଙ୍କୁ ଗିରଫ କରିବା ପରେ ତିନି ମାସରେ ୩ ଜଣଙ୍କୁ ବିବାହ ଘଟଣା ସାମ୍ନାକୁ ଆସିଥିଲା । ବିଜୟା ଅମୃତେ ପୂର୍ବରୁ ବିବାହିତ ଏବଂ ତାଙ୍କର ଏକ ପୁଅ ମଧ୍ୟ ଅଛି । ଲକଡାଉନରେ ଉଭୟ ପତି ପତ୍ନୀଙ୍କ ଚାକିରି ପଳାଇବା ପରେ ଏହିପରି ଉପାୟରେ ପଇସା କମାଇବାର ରାସ୍ତା ଆପଣେଇଥିଲେ ବିଜୟା । ଏକ ଗ୍ୟାଙ୍ଗର ସଂସ୍ପର୍ଶରେ ଆସିବା ପରେ ଅଲଗା ଅଲଗା ବ୍ୟକ୍ତିଙ୍କୁ ବିବାହ କରିବା ସହିତ ସେମାନଙ୍କ ମୂଲ୍ୟବାନ ସମ୍ପତ୍ତି ସହିତ ପଳାୟନ କରୁଥିଲେ ।ମହିଳାଙ୍କୁ ଗିରଫ କରାଯିବା ସହିତ ଅନ୍ୟ ଗ୍ୟାଙ୍ଗ ସଦସ୍ୟଙ୍କ ସମ୍ପର୍କରେ ପଚରା ଉଚୁରା ଜାରି ରହିଛି ।