ଜାନୁଆରୀ ୨ରୁ କରୋନା ଟିକାକରଣ ଡ୍ରାଏ ରନ

ଜାନୁଆରୀ ୨ରୁ କରୋନା ଟିକାକରଣ ଡ୍ରାଏ ରନ

ଜାନୁଆରୀ ୨ରୁ କରୋନା ଟିକାକରଣ  ଡ୍ରାଏ ରନ
ଭୁବନେଶ୍ୱର: ସାରା ଦେଶରେ ଜାନୁଆରୀ ୨ ତାରିଖରୁ କରୋନା ଟିକାକରଣ ଡ୍ରାଏ ରନ ଆରମ୍ଭ କରାଯିବ । ପ୍ରତି ରାଜ୍ୟର ରାଜଧାନୀରୁ ଡ୍ରାଏ ରନ ଆରମ୍ଭ କରାଯିବ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଗତ ୨୮ ଓ ୨୯ ତାରିଖରେ ୪ଟି ରାଜ୍ୟରେ ଡ୍ରାଏ ରନ ଶେଷ ହୋଇଛି । ଟିକାକରଣ କିପରି ପ୍ରସ୍ତୁତି ହୋଇଛି ତାହାର ଅନୁଧ୍ୟାନ କରାଯିବ, ସମସ୍ତ ଦିଗକୁ ଯାଞ୍ଚ କରାଯିବ। ଏହି ସମୟରେ କୋଲ୍‌ଡ ଚେନ୍‌ଠାରୁ ଆରମ୍ଭ କରି ଲୋକଙ୍କ ପଞ୍ଜୀକରଣ ଏବଂ ଟିକା ବୁଥରେ ଡୋଜ ଦେବା ବ୍ୟତୀତ ଚିକିତ୍ସା ତଦାରଖ ବ୍ୟବସ୍ଥା କିପରି କରାଯିବ, ସେ ନେଇ ଜିଲା ଟିମ୍‌ ପକ୍ଷରୁ ଅଭ୍ୟାସ କରାଯିବ। ଟିକାକରଣ ମକ୍‌ଡ୍ରିଲ ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ କୋଭିନ୍‌ ଆପ୍‌ ଏବଂ ୱେବ୍‌ସାଇଟରେ ଲଗ୍‌-ଇନ୍‌ କରାଯାଇ ସୂଚନା ଦିଆଯିବ। ଏଥିରେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି କିପରି ଟିକାକରଣ କରାଯିବ ତାହା ଜାଣିବା ଲାଗି ପ୍ରୟାସ ହେବ। କେନ୍ଦ୍ର ସରକାର ବି ଏହା ଉପରେ ସମ୍ପୂର୍ଣ୍ଣ ଭାବେ ନଜର ରଖିବେ।