ନକଲି କାରଖାନାରେ ଚଢଉ : ୨୫ ଗିରଫ

ନକଲି କାରଖାନାରେ ଚଢଉ : ୨୫ ଗିରଫ

ନକଲି କାରଖାନାରେ ଚଢଉ : ୨୫ ଗିରଫ
ଭୁବନେଶ୍ୱର: କଟକରେ ଅପମିଶ୍ରଣ ଓ ନକଲି କାରଖାନାରେ ଚଢଉ ନେଇ ଡିସିପି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ୨ ମାସରେ ୨୧ଟି ସ୍ଥାନରେ ଚଢଉ କରାଯାଇଥିବାବେଳେ ମୋଟ ୨୫ ଜଣଙ୍କୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି । ଏହାଛଡ଼ା ୭.୫କୋଟିରୁ ଊଦ୍ଧ୍ୱର୍ ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ଅପମିଶ୍ରଣକାରୀଙ୍କ ଉପରେ ରୋକ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଜଗତପୁରରେ ନକଲି କମ୍ପାନୀ ଲିଜ ଜମି ବାତିଲ ପାଇଁ ଇଡକୋକୁ କୁହାଯାଇଛି । ନକଲି ପନିର ଲିଙ୍କ ଖୋଜିବାକୁ ଏକ ଟିକ କୋଲକାତା ଯାଇଥିବା ଡିସିପି ସୂଚନା ଦେଇଛନ୍ତି । ପ୍ରକାଶ ଯେ, ନକଲି ସାମଗ୍ରୀର ହବ ପାଲଟିଯାଇଛି କଟକ ସହର । ଏବେ ଏମିତି କଟକରେ ଆଉ କିଛି ଜିନିଷ ନାହିଁ ଯାହା ନକଲି ହୋଇନଥିବ । ନକଲି ଘିଅ, ମସଲ ଏମିତିକି ନକଲି ସିମେଣ୍ଟ ମଧ୍ୟ ଠାବ କରାଯାଇଛି । ଲୋକ ବି ଏବେ ଦ୍ୱନ୍ଦ୍ୱରେ ପଡ଼ିଗଲେଣି ଯେ, ସେମାନେ ଏବେ ଯାହା ବ୍ୟବହାର କରୁଛନ୍ତି ତାହା ଅସଲି କି ନକଲି । ବାରମ୍ବାର ବହୁ ନକଲି ସାମଗ୍ରୀ ଜବତ କରାଯିବା ପରେ ପୁଲିସ ତା’ର ଚଢଉ ଜାରି ରଖିଥିବାବେଳେ ବୁଧବାର ପୁଣି ନକଲି ପନିର ଜବତ କରିଥିଲା । ଚାଉଳିଆଗଞ୍ଜ ପୁଲିସ ଓ ସିଏମସି ଚଢଉ କରି ୧ କ୍ୱିଣ୍ଟାଲରୁ ଊଦ୍ଧ୍ୱର୍ ସିନ୍ଥେଟିକ ପନିର ଜବତ କରିଥିଲେ । କୋଲାକାତାରୁ ବସରେ ଚାଲାଣ ବେଳେ ଚାଉଳିଆଗଞ୍ଜରୁ ଉକ୍ତ ସିନ୍ଥେଟିକ ପନିରକୁ ଜବତ କରାଯାଇଥିଲା । ତେବେ ୧ କ୍ୱିଣ୍ଟାଲରୁ ଉର୍ଦ୍ଧ ସିନ୍ଥେଟିକ ନକଲି ପନିର ଜବତ ଘଟଣାରେ ଚାଉଳିଆଗଞ୍ଜ ପୁଲିସ ଜଣକୁ ଗିରଫ କରିଛି । ଖାଦ୍ୟ ନିରାପତ୍ତା ଆଇନ ଦଫା ୨୭୨, ୨୭୩, ୪୨୦,୩୪ ଆଇପିସି ଲଗାଇ ଚାଉଳିଆଗଞ୍ଜ ପୁଲିସ ଜଣକୁ ଗିରଫ କରିଛି ।