ସାହିତ୍ୟ ବହିରେ ତ୍ରୁଟି

ସାହିତ୍ୟ ବହିରେ ତ୍ରୁଟି

ସାହିତ୍ୟ ବହିରେ ତ୍ରୁଟି
ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ପାଠ୍ୟପୁସ୍ତକରେ ତ୍ରୁଟି ରହିଛି । ନବମ ଓ ତୃତୀୟ ଶ୍ରେଣୀର ସାହିତ୍ୟ ବହିରେ ଭୁଲ୍ କଥା ଲେଖାଯାଇଛି । ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ୱାରା ପ୍ରକାଶିତ ତୃତୀୟ ଶ୍ରେଣୀ ସାହିତ୍ୟ ବହିର ୩୫ ନମ୍ବର ପୃଷ୍ଠାରେ ତୁଳସୀ ଦୁଇ ପତ୍ରରୁ ବାସେ ଅଧ୍ୟାୟରେ ତଥ୍ୟଗତ ଭୁଲ ରହିଛି । ଏହି ଅଧ୍ୟାୟରେ ପଠାଣି ସାମନ୍ତଙ୍କ ବାପାଙ୍କ ନାମ ଭୁଲରେ ଶ୍ୟାମ ସୁନ୍ଦର ସିଂ ଲେଖାଯାଇଛି । କିନ୍ତୁ ପ୍ରକୃତରେ ପଠାଣି ସାମନ୍ତଙ୍କ ବାପାଙ୍କ ନାମ ହେଉଛି ଶ୍ୟାମବନ୍ଧୁ ସିଂହ । ସେହିପରି ନବମ ଶ୍ରେଣୀ ସାହିତ୍ୟ ଧାରା ବହିର ୯୭ ପୃଷ୍ଠାରେ ଭୀମଭୋଇଙ୍କୁ ସନ୍ଥକବି ବଦଳରେ ଭକ୍ତ କବି ବୋଲି ଲେଖାଯାଇଛି । ପାଠ୍ୟପୁସ୍ତକ ମୁଦ୍ରଣରେ ଭୁଲ କି ଅନ୍ୟ କୌଣସି କାରଣରୁ ଭୁଲ ପାଇଁ ଛାତ୍ରଛାତ୍ରୀମାନେ ଭୁଲ ତଥ୍ୟ ପଢ଼ୁଛନ୍ତି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି ।