‘ଲକ୍ଷ୍ମୀ ବମ୍ବ୍‌’ର ଟ୍ରେଲର ରିଲିଜ୍‌ : ହରର ଓ ଥ୍ରୀଲର ସହ ରହିଛି କମେଡିର ସୁପର ତଡ୍‌କା

‘ଲକ୍ଷ୍ମୀ ବମ୍ବ୍‌’ର ଟ୍ରେଲର ରିଲିଜ୍‌ : ହରର ଓ ଥ୍ରୀଲର ସହ ରହିଛି କମେଡିର ସୁପର ତଡ୍‌କା

‘ଲକ୍ଷ୍ମୀ ବମ୍ବ୍‌’ର ଟ୍ରେଲର ରିଲିଜ୍‌ : ହରର ଓ ଥ୍ରୀଲର ସହ ରହିଛି କମେଡିର ସୁପର ତଡ୍‌କା
ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ଲକ୍ଷ୍ମୀ ବମ୍ବ'ର ଟ୍ରେଲର ରିଲିଜ ହୋଇଛି। ତିନି ମିନିଟ୍‌ ୪୦ ସେକେଣ୍ଡ ଅବଧି ଥିବା ଏହି ଟ୍ରେଲରରେ ହରର ଓ ଥ୍ରୀଲର ସହିତ ପାଇବେ କମେଡିର ତଡ୍‌କା ରହିଛି । ରାଘବ ଲୋରେନ୍ସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି କମେଡି ହରର ଫିଲ୍ମ ତାମିଲ ଫିଲ୍ମ 'ମୁନ୍ନି:୨ କଞ୍ଚନାର ରିମେକ। ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ କିଆରା ଆଡଭାନୀ ମୁଖ୍ୟ ଭୂମିକାରେ ନଜର ଆସିବେ। ପ୍ରଥମ ଥର ପାଇଁ ଅକ୍ଷୟ ଏହି ଫିଲ୍ମରେ ଜଣେ କିନ୍ନର ଭୂମିକାରେ ନଜର ଆସିବେ । ଫିଲ୍ମରେ କିଆରା ଏବଂ ଅକ୍ଷୟଙ୍କ ଶାନଦାର କେମିଷ୍ଟ୍ରି ଦେଖିବାକୁ ମିଳିବ। ଟ୍ରେଲରେ ହରର ଏବଂ କମେଡି ଭରପୂର ଦେଖିବାକୁ ମିଳିଛି। ଫିଲ୍ମରେ ଅକ୍ଷୟଙ୍କ ଅଭିନୟକୁ ନେଇ ଫ୍ୟାନ୍ସ ଜୋରଦାର ପ୍ରଶଂସା କରୁଛନ୍ତି। ଫିଲ୍ମର ଟ୍ରେଲରେ ହରର ଏବଂ କମେଡି ଭରପୂର ଦେଖିବାକୁ ମିଳିଛି। ଏହି ଫିଲ୍ମରେ ଅକ୍ଷୟ, କିଆରାଙ୍କ ବ୍ୟତୀତ ଆୟେଶା ରାଜ ମିଶ୍ର, ତୁଷାର କପୁର୍‌, ତରୁଣ ଅରେରା, ଅଶ୍ବିନୀ କଲେଶକର୍‌, ମନୁ ଋଷି, ରାଜେଶ ଶର୍ମା ପ୍ରମୁଖ ଅଭିନୟ କରିଛନ୍ତି । ଫିଲ୍ମଟି ଡିଜ୍‌ନୀ ହଟଷ୍ଟାରରେ ନଭେମ୍ବର 9 ତାରିଖରେ ରିଲିଜ୍‌ ହେବ ।