ହୋସ ଉଡାଇଦେବ ସିନେମାର ଟ୍ରେଲର, ଆସୁଛି ଆରଜିଭିଙ୍କ ‘ଡେଞ୍ଜରସ’

ହୋସ ଉଡାଇଦେବ ସିନେମାର ଟ୍ରେଲର, ଆସୁଛି ଆରଜିଭିଙ୍କ ‘ଡେଞ୍ଜରସ’

ହୋସ ଉଡାଇଦେବ ସିନେମାର ଟ୍ରେଲର, ଆସୁଛି ଆରଜିଭିଙ୍କ ‘ଡେଞ୍ଜରସ’
ଭୁବନେଶ୍ୱର : ନିଆରା ସିନେମା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି ରାମଗୋପାଳ ବର୍ମା । ଏବେ ପୁଣି ଏକ ନୂଆ ସିନେମାର ଟ୍ରେଲର ଛାଡ଼ି ସେ ଚର୍ଚ୍ଚା ସୃଷ୍ଟି କରିଛନ୍ତି । ଏହି ସିନେମାର ନାଁ ହେଉଛି ଡେଞ୍ଜରସ । ଏକ ଲେସବିଆନ କାହାଣୀକୁ ନେଇ ଗତିଶୀଳ ଏହି ସିନେମାରେ ଅନେକ କ୍ରାଇମ ସିନ ବି ରହିଛି । ସିନେମାର ଟ୍ରେଲରରେ କାହାର ଡାଇଲଗ ନାହିଁ । କିନ୍ତୁ ହଟ ସିନ ଓ ଆକ୍ସନ ସିନ ସମସ୍ତଙ୍କୁ ଚକିତ କରିଦେଇଛି । ସିନେମାର ନାୟିକା ଅଛନ୍ତି ଓଡ଼ିଆ ଝିଅ ଅପସରା ରାଣୀ ଓ ନୈନା ଗାଙ୍ଗୁଲି । ଦୁଇ ଝିଅ କିଭଳି ପରସ୍ପରର ପ୍ରେମରେ ପଡ଼ିଯାଇଛନ୍ତି ତାହା ସିନେମାର ଦର୍ଶାଯାଇଛି । ସେମାନେ ସମଲିଙ୍ଗୀ ସମ୍ପର୍କ ବି ରଖିବାର ଝଲକ ଟ୍ରେଲରରେ ଦିଆଯାଇଛି । ସିନେମାରେ କାହାର ଡାଇଲଗ ନଥିଲେ ବି ସିନେମାର ବିଷୟବସ୍ତୁ ପ୍ରାୟତଃ ଜଣାପଡ଼ିଯାଉଛି । ଦୁଇ ବାନ୍ଧବୀଙ୍କ ଉପରେ ଗୁଣ୍ଡାମାନେ ଆକ୍ରମଣ କରୁଥିବାବେଳେ ଉଭୟ ଲଢୁଥିବା ଦେଖିବାକୁ ମିଳିଛି । ସେମାନଙ୍କ ରକ୍ତାକ୍ତ ଶରୀର ବି ଅନେକ କିଛି ସଂକେତ ଦେଉଛି ।