ଆଇଏସଏଲ : ମୁମ୍ବାଇ -ଜାମସେଦପୁର ମ୍ୟାଚ ଅମୀମାସିଂତ

ଆଇଏସଏଲ : ମୁମ୍ବାଇ -ଜାମସେଦପୁର ମ୍ୟାଚ ଅମୀମାସିଂତ

ଆଇଏସଏଲ : ମୁମ୍ବାଇ -ଜାମସେଦପୁର ମ୍ୟାଚ  ଅମୀମାସିଂତ
ଗୋଆ: ଚଳିତ ଆଇଏସଏଲ ଫୁଟବଲ ପ୍ରତିଯୋଗିତାରେ ସୋମବାର ମୁମ୍ବାଇ ସିଟି ଏଫସି ଓ ଜାମସେଦପୁର ଏଫସି ମ୍ୟାଚ ୧-୧ ଗୋଲରେ ଅମୀମାସିଂତ ଭାବେ ଶେଷ ହୋଇଛି । ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ କରିବାକୁ ସକ୍ଷମ ହୋଇଥିଲେ । ଦୁଇଟି ଯାକ ଗୋଲ ପ୍ରଥମାର୍ଦ୍ଧରେ ଦେଖିବାକୁ ମିଳିଥିବା ବେଳେ ଦ୍ୱିତୀୟାର୍ଦ୍ଧ ଗୋଲ ଶୂନ୍ୟ ରହିଥିଲା । ଜାମସେଦପୁର ନେରିଜସ ଭାଲାସ୍କିସ (୯ ମିନିଟ) ଏବଂ ମୁମ୍ବାଇ ବାର୍ଥୋଲିମିଉ ଓବିଚେ (୧୫ମିନିଟ) ଗୋଟିଏ ଲେଖାଏ ଗୋଲ ଦେଇଥିଲେ । ଅମୀମାସିଂତ ଗୋଟିଏ ପଏଣ୍ଟ ଲେଖାଏଁ ପାଇ ମୁମ୍ବାଇ ୧୩ ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ ଜାମସେଦପୁର ୭ ପଏଣ୍ଟ ସହ ଷଷ୍ଠରେ ରହିଛି । ଆଜି ହାଇଦ୍ରାବାଦ ଏଫସି ଓ ଏସସି ଇଷ୍ଟବେଙ୍ଗଲ ମୁହାଁମୁହିଁ ହେବେ ।