ଏମଏସଏମଇ ପାଇଁ ୨୮୯ କୋଟି ୪୧ ଲକ୍ଷର ପ୍ୟାକେଜ

ଏମଏସଏମଇ ପାଇଁ ୨୮୯ କୋଟି ୪୧ ଲକ୍ଷର ପ୍ୟାକେଜ

ଏମଏସଏମଇ ପାଇଁ ୨୮୯ କୋଟି ୪୧ ଲକ୍ଷର ପ୍ୟାକେଜ
ଭୁବନେଶ୍ୱର: ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏମଏସଏମଇ ପାଇଁ ୨୮୯ କୋଟି ୪୧ ଲକ୍ଷର ପ୍ୟାକେଜ ଘୋଷଣା କରାଯାଇଛି । କୋଭିଡ ୧୯ ପାଇଁ ମଧ୍ୟମ, କ୍ଷୁଦ୍ର ଓ ଅଣୁ କ୍ଷୁଦ୍ର ଶିଳ୍ପଗୁଡିକୁ ଆର୍ଥିକ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ଏହି ପ୍ୟାକେଜ ଘୋଷଣା କରିଛନ୍ତି । ପ୍ୟାକେଜ ଭିତରେ ସୁଧ ରିହାତି, ସବସିଡ୍ ବ୍ୟବସ୍ଥା ଅନ୍ତର୍ଭୁକ୍ତ ରହିଛି । ମୁଖ୍ୟତଃ ମହିଳା ଓ ଦୁର୍ବଳ ଶ୍ରେଣୀର ଶିଳ୍ପୋଦ୍ୟାଗୀଙ୍କୁ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି । ପ୍ୟାକେଜରେ ମହିଳାମାନଙ୍କ ଦ୍ବାରା ଚାଲୁଥିବା ୪୦ ପ୍ରତିଶତ ଏମଏସଏମଇ ପାଇଁ ୧୦୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ପ୍ୟାକେଜ ଭିତରେ ସୁଧ ରିହାତି, ଟପ୍ଅପ୍ ସବସିଡି ଆଦି ଅନ୍ତର୍ଭୁକ୍ତ ରହିଛି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପିଏମ୍‌ଇଜିପ ଅଧୀନରେ ଥିବା ଆର୍ଥିକ ଦୁର୍ବଳ ବିଭାଗ ଗୁଡିକ ପାଇଁ ଟପ୍‌ଅପ୍‌ ସବ୍‌ସିଡି ପ୍ରଦାନ କରାଯାଇଛି । ଏହି ସମସ୍ତ ବିଭାଗ ପାଇଁ ୫ ପ୍ରତିଶତ ପ୍ରମୋଟର କଣ୍ଟ୍ରିବ୍ୟୁଟର ଦିଆଯାଇଛି । ଏଥିପାଇଁ ୨୭ କୋଟି ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଏହି ସହାୟତା ରାଶି ଆର୍ଥିକ ଦୁର୍ବଳ ବର୍ଗ ଏସ୍‌ଏସି, ଏସ୍‌ଟି, ସଂଖ୍ୟାଲଘୁ ସମ୍ପ୍ରଦାୟ/ ମହିଳା/ ଶାରିରୀକ ଅକ୍ଷମ/ ଏକ୍ସ ସର୍ଭିସ୍‌ମାନ) କ୍ଷେତ୍ର ପାଇଁ ବିଶେଷ ସାହାଯ୍ୟ କରିବ । ସେହିପରି କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ପିଏମ୍‌ଏଫ୍‌ଇ ଅଧୀନରେ ରହିଥିବା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ ପାଇଁ ୧୫ ପ୍ରତିଶତ ଅତିରିକ୍ତ ଟପ୍‌ ଅପ୍‌ ସବସିଡି ଦିଆଯିବ । ଏହି ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୬୦:୪୦ ଆଧାରରେ ରହିଛି । ଏହି ଯୋଜନା ୧୦ କୋଟିର ସବ୍‌ସିଡି ପ୍ରଦାନ କରାଯିବ । ଏଥିପାଇଁ ୧୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କୋଭିଡ୍ ସହାୟତା ପ୍ୟାକେଜରେ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ମଧ୍ୟମକୁ ସହାୟତା ମିଳିବ । ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୧୦୦ କୋଟି ଟଙ୍କା ଦିଆଯିବ ।