ରାହାଣେଙ୍କ ଅଧିନାୟକତ୍ୱର ପ୍ରଶଂସାରେ ଶତମୁଖ ସଚିନ

ରାହାଣେଙ୍କ ଅଧିନାୟକତ୍ୱର ପ୍ରଶଂସାରେ ଶତମୁଖ ସଚିନ

ରାହାଣେଙ୍କ ଅଧିନାୟକତ୍ୱର ପ୍ରଶଂସାରେ ଶତମୁଖ ସଚିନ
ନୂଆଦିଲ୍ଲୀ : ଭାରତୀୟ ଟେଷ୍ଟ ଦଳ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଭାରତୀୟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର । ଆସନ୍ତା କାଲି ଠାରୁ ବର୍ଡର ଗାଭାସ୍କର ଟ୍ରଫି ସିରିଜର ପ୍ରଥମ ଟେଷ୍ଟ ଆରମ୍ଭ ହେବାକୁ ଯାଉଥିବା ବେଳେ ରାହାଣେଙ୍କୁ ପ୍ରଶଂସା କରିଛନ୍ତି ସଚିନ । ବିରାଟ କୋହଲି ପ୍ରଥମ ଟେଷ୍ଟ ପରେ ପାରିବାରିକ କାରଣରୁ ଭାରତ ଫେରି ଆସିବେ । ଏହା ପରେ ରାହାଣେ ପରବର୍ତ୍ତୀ ଟେଷ୍ଟରେ ଦଳର ନେତୃତ୍ୱ ନେବେ । ଜଣେ ଖେଳାଳି ଏବଂ ଅଧିନାୟକ ଭାବରେ ରାହାଣେ ଅତ୍ୟନ୍ତ ଚତୁର । ଭାରତୀୟ ଅଧିନାୟକ ବିରାଟ କୋହଲି ନିଜର ଆକ୍ରମଣାତ୍ମକ ଶୈଳୀ ପାଇ ବିଖ୍ୟାତ । ତେବେ ରାହାଣେଙ୍କ ଅଧିନାୟକତ୍ୱ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ । ଆବଶ୍ୟକତା ଅନୁଯାୟୀ ରାହାଣେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇଥାନ୍ତି ବୋଲି ସଚିନ ମତ ଦେଇଛନ୍ତି । କୋହଲିଙ୍କ ଅପେକ୍ଷା ରାହାଣେଙ୍କ ଫିଲ୍ଡ ସଜ୍ଜା ଚମକ୍ରାର ବୋଲି ସଚିନ କହିଛନ୍ତି । ତେବେ କେବଳ ରାହାଣେ ନୁହନ୍ତି, ଚେତେଶ୍ୱର ପୂଜାରା ଏବଂ ରୋହିତ ଶର୍ମାଙ୍କ ପରି ଖେଳାଳି ମଧ୍ୟ ଏହି ଶୃଙ୍ଖଳାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ସେହିପରି ଭାରତ ବିରାଟ କୋ ଉଲ୍ଲେଖଯୋଗ୍ୟ ଯେ, ୨୪ ବର୍ଷର କ୍ୟାରିୟରରେ ସଚିନ ଅଷ୍ଟ୍ରେଲିଆ ବିପକ୍ଷରେ ୧୧ଟି ଶତକ ସହାୟତାରେ ୩୬୮୦ ରନ ସଂଗ୍ରହ କରିଛନ୍ତି । ବିରାଟ କୋହଲିଙ୍କ ନେତୃତ୍ୱରେ ଚୂଡ଼ାନ୍ତ ଦଳ ଘୋଷଣା କରିଛି । ଚୂଡ଼ାନ୍ତ ଏକାଦଶରେ ପୃଥ୍ୱୀ ସ ଓ ରିଦ୍ଧିମାନ ଶାହା ସାମିଲ ହୋଇଛନ୍ତି । ଶୁଭମନ ଗିଲ ଓ ରିଷଭ ପନ୍ତଙ୍କ ସ୍ଥାନରେ ପୃଥ୍ୱୀ ସ ଓ ରିଦ୍ଧିମାନଙ୍କୁ ସାମିଲ କରାଯାଇଛି । ଏହାଛଡ଼ା ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ରାହାଣେ, ହନୁମା ବିହାରୀ, ଅଶ୍ୱିନ, ଉମେଶ ଯାଦବ, ମହମ୍ମଦ ସାମି ଓ ବୁମରା ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି ।