ଚେନ୍ନାଇ ବିପକ୍ଷରେ ଲକ୍ଷ୍ନୌର ବିଜୟ । ପ୍ରଥମେ ବ୍ୟାଟିଂରେ ୬ ୱିକେଟରେ ୧୭୬ ରନ କରିଥିଲା ସିଏକେ ।

ଚେନ୍ନାଇ ବିପକ୍ଷରେ ଲକ୍ଷ୍ନୌର ବିଜୟ । ପ୍ରଥମେ ବ୍ୟାଟିଂରେ ୬ ୱିକେଟରେ ୧୭୬ ରନ କରିଥିଲା ସିଏକେ ।

ଚେନ୍ନାଇ ବିପକ୍ଷରେ ଲକ୍ଷ୍ନୌର ବିଜୟ । ଅଧିନାୟକ ଲୋକେଶ ରାହୁଲ, ଡିକକଙ୍କ ଦମଦାର ଅର୍ଦ୍ଧଶତକ । ପ୍ରଥମେ ବ୍ୟାଟିଂରେ ୬ ୱିକେଟରେ ୧୭୬ ରନ କରିଥିଲା ସିଏକେ । ଦୁଇ ଓପନର ଫେଲ ମାରିବା ପରେ ପାଳି ସମ୍ଭାଳିଥିଲେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ୮ ବଲରୁ ୩ ଚୌକା, ଦୁଇ ଛକା ସହ ୨୮ ରନ କରି ଅପରାଜିତ ଥିଲେ ଧୋନି । ଆଜି ହାଇଦ୍ରାବାଦ ଏବଂ ଦିଲ୍ଲୀ ମଧ୍ୟରେ ମୁକାବିଲା ହେବ । ତେବେ ପ୍ଲେଅଫ ଦୌଡରେ ଏବେ ୧୦ରୁ ୮ ଟିମ ରହିଛନ୍ତି । ରାଜସ୍ଥାନ ୭ରୁ ୬ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ବେଳେ କୋଲକତା, ଚେନ୍ନାଇ, ଲକ୍ଷ୍ନୌ, ହାଇଦ୍ରାବାଦ ୪ ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ସେହିପରି ଦିଲ୍ଲୀ, ଗୁଜରାଟ, ମୁମ୍ବାଇ ୭ ଟି ମ୍ୟାଚରୁ ୩ ଟି ଲେଖାଏଁ ମ୍ୟାଚ ଜିତିଛନ୍ତି ।