ରୋନାଲ୍ଡୋ ସବୁଠୁ ଧନୀ ଫୁଟବଲ ଖେଳାଳୀ

ରୋନାଲ୍ଡୋ ସବୁଠୁ ଧନୀ ଫୁଟବଲ ଖେଳାଳୀ

ରୋନାଲ୍ଡୋ ସବୁଠୁ ଧନୀ ଫୁଟବଲ ଖେଳାଳୀ


ବର୍ଲିନ: ଲୋକପି୍ରୟ ପତି୍ରକା ‘ଫୋର୍ବସ’ ପକ୍ଷରୁ ଧନୀ ଫୁଟବଲ ଖେଳାଳି ତାଲିକା ପ୍ରକାଶ ପାଇଛି । ପର୍ତ୍ତୁଗାଲର କି୍ରଷ୍ଟିଆନୋ ରୋନାଲ୍ଡୋ ଚଳିତ ୨୦୨୧/୨୨ ସିଜନର ସବୁଠାରୁ ଧନୀ ଫୁଟବଲ ଖେଳାଳି ସାବ୍ୟସ୍ତ ହୋଇଛନ୍ତି । ଗତ ସିଜନରେ ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସି ଏହି ସ୍ଥାନରେ ରହିଥିଲେ । ଚଳିତ ସିଜନ ଶେଷ ସୁଦ୍ଧା ରୋନୋଲ୍ଡୋଙ୍କ ଆୟ ୧୨୫ ମିଲିୟନ ଡଲାର ଅତିକ୍ରମ କରିବ ବୋଲି ଫୋବର୍ସ ପ୍ରକାଶ କରିଛି । ପ୍ରିମିୟର ଲିଗ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ ସହ ଚୁକ୍ତି କରିବା ପରେ ରୋନାଲ୍ଡୋଙ୍କ ଆୟ ଶିଖର ଛୁଇଁଛି । କ୍ଲବ ପକ୍ଷରୁ ବାର୍ଷିକ ପାଉଣା ରୂପେ ସେ ୭୦ ମିଲିୟନ ଡଲାର ଆୟ କରିବେ । ବିଭିନ୍ନ ବ୍ୟବସାୟିକ ଚୁକ୍ତି ବାବଦରେ ବାକି ୫୫ ମିଲିୟନ ଡଲାର ଆୟ ହେବ । କ୍ରୀଡ଼ାବିତମାନଙ୍କ ମଧ୍ୟରେ କେବଳ ବ୍ୟବସାୟିକ ଚୁକ୍ତି ବାବଦରେ ଆୟକୁ ଦେଖିଲେ ରୋଜର ଫେରେଡର ଶୀର୍ଷରେ ରହିଛନ୍ତି । ସେ ବିଜ୍ଞାପ ଓ ବ୍ରାଣ୍ଡ ଆମ୍ବାସଡର ଭାବେ ଚଳିତ ବର୍ଷ ୯୦ ମିଲିୟନ ଡଲାର ଆୟ କରିବେ । ବାସ୍କେଟବଲ ଖେଳାଳି ଲିବର୍ଣ୍ଣ ଜେମ୍ସଙ୍କ ବ୍ୟବସାୟିକ ଚୁକ୍ତି ଭିତ୍ତିକ ଆୟ ୬୫ ମିଲିୟନ ଡଲାର ଓ ଟାଇଗର ଉଡସଙ୍କର ୬୦ ମିଲିୟନ ଡଲାର ରହିଛି ।