ହାଇ ଭୋଲଟେଜ ଫାଇନାଲରେ ଦିଲ୍ଲୀ-ମୁମ୍ବାଇ ମୁକାବିଲା : ବୋଲ୍ଟଙ୍କୁ ନେଇ ଦ୍ୱନ୍ଦ୍ୱରେ ମୁମ୍ବାଇ

ହାଇ ଭୋଲଟେଜ ଫାଇନାଲରେ ଦିଲ୍ଲୀ-ମୁମ୍ବାଇ ମୁକାବିଲା : ବୋଲ୍ଟଙ୍କୁ ନେଇ ଦ୍ୱନ୍ଦ୍ୱରେ ମୁମ୍ବାଇ

ହାଇ ଭୋଲଟେଜ ଫାଇନାଲରେ ଦିଲ୍ଲୀ-ମୁମ୍ବାଇ ମୁକାବିଲା : ବୋଲ୍ଟଙ୍କୁ ନେଇ ଦ୍ୱନ୍ଦ୍ୱରେ ମୁମ୍ବାଇ
ଦୁବାଇ : ଶେଷ ହେବାକୁ ଯାଉଛି ଆଇପିଏଲ । ଆଜି ଅନୁଷ୍ଠିତ ହେବ ଏହି ଦୁଇ ମାସ ବ୍ୟାପୀ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ । ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ଚାରିଥର ଟାଇଟଲ ହାସଲ କରି ସାରିଥିବା ମୁମ୍ବାଇ ପଞ୍ଚମ ଟାଇଟଲ ଲକ୍ଷ୍ୟରେ ରହିଥିବା ବେଳେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଶ୍ରେୟସ ଆୟାରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ମୁମ୍ବାଇ ବୋଲିଂ ଏବଂ ଦିଲ୍ଲୀର ବ୍ୟାଟିଂ ମଧ୍ୟରେ ଅସଲ ମୁକାବିଲା ଦେଖିବାକୁ ମିଳିବ । ତେବେ ମୁମ୍ବାଇ ପାଇଁ ଚିନ୍ତାର ବିଷୟ ପାଲଟିଛି ଟ୍ରେଣ୍ଟ ବୋଲ୍ଟଙ୍କ ଫର୍ମ । ଚଳିତ ଆଇପିଏଲରେ ପାୱାରପ୍ଲେରେ ସବୁଠାରୁ ଅଧିକ ୱିକେଟ କରିଥିବା ବୋଲ୍ଟଙ୍କ ଆହତ ହେବା ମୁମ୍ବାଇ ପାଇଁ ଚିନ୍ତାଜନକ । ଏହା ସହିତ ବିଗତ ତିନି ବର୍ଷରେ କ୍ୱାଲିଫାୟର-୧ ଜିତିଥିବା ଦଳ ଚାମ୍ପିୟନ ହୋଇଛି । ଏହି ଧାରାକୁ ଭାଙ୍ଗିବାକୁ ଚାହିଁବ କ୍ୟାପିଟାଲ୍ସ । ଦଳ ଚୟନ ଦୃଷ୍ଟିରୁ ଦିଲ୍ଲୀ ନିଜର ପୂର୍ବ ଏକାଦଶ ବଳବତ୍ତର ରଖିବାକୁ ଚାହିଁବ । ଅପର ପକ୍ଷରେ ଯଦି ବୋଲ୍ଟ ଅନଫିଟ ରୁହନ୍ତି ତେବେ ତାଙ୍କ ସ୍ଥାନରେ ଜେମସ ପାଟିନସନ/ନାଥାନ କୁଲ୍ଟର ନାଇଲଙ୍କୁ ସାମିଲ କରାଯାଇପାରେ । ଅପର ପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରବୀଣ ଦୁବେଙ୍କ ସ୍ଥାନରେ ଜଣେ ଅତିରିକ୍ତ ପେସର ଖେଳାଇ ପାରେ ।