ଚିନ୍ନାପମପଟ୍ଟିରୁ କ୍ୟାପ୍ ନମ୍ବର ୨୩୨ : ଜାଣନ୍ତୁ ପଦାର୍ପଣକାରୀ ଟି ନଟରାଜନଙ୍କ ସମ୍ପର୍କରେ
ଚିନ୍ନାପମପଟ୍ଟିରୁ କ୍ୟାପ୍ ନମ୍ବର ୨୩୨ : ଜାଣନ୍ତୁ ପଦାର୍ପଣକାରୀ ଟି ନଟରାଜନଙ୍କ ସମ୍ପର୍କରେ
admin
Dec 2, 2020 - 06:53
Updated: Dec 2, 2020 - 06:53
ନୂଆଦିଲ୍ଲୀ : ଭାରତ ଅଷ୍ଟ୍ରେଲିଆ ସିରିଜର ତୃତୀୟ ଦିନକିଆ ମ୍ୟାଚ କେବଳ ଔପଚାରିକତା ହୋଇଥିବା ବେଳେ ଭାରତ ପକ୍ଷରୁ ପଦାର୍ପଣ କରିଛନ୍ତି ୨୯ ବର୍ଷୀୟ ଟି ନଟରାଜନ । ଏକଦା ସାଲେମର ଚିନ୍ନାପମପଟ୍ଟିରେ ଦୁଇ ମୁଠା ଖାଇବା ପାଇଁ ସଂଘର୍ଷ କରୁଥିବା ଜଣେ ଦିନ ମଜୁରିଆର ପୁଅ ଆଜି ଭାରତର ୨୩୨ ତମ ଖେଳାଳି ଭାବରେ ପଦାର୍ପଣ କରିଛି । ଭାରତୀୟ ଅଧିନାୟକ ବିରାଟ କୋହଲି ନଟରାଜନଙ୍କୁ ତାଙ୍କର ଦିନିକିଆ କ୍ୟାପ ପ୍ରଦାନ କରିଥିଲେ ।
ଆଇପିଏଲରେ ଚମକ୍ରାର ପ୍ରଦର୍ଶନ ପରେ ନଟରାଜନ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳରେ ମନୋନୀତ ହୋଇଥିଲେ । ପ୍ରଥମ ଦୁଇ ମ୍ୟାଚରେ ସୁଯୋଗ ପାଇନଥିଲେ ମଧ୍ୟ ଅନ୍ତିମ ମ୍ୟାଚରେ ନଟରାଜନଙ୍କୁ ଖେଳାଇବାର ନିଷ୍ପତ୍ତି ନେଇଥିଲା ମ୍ୟାନେଜମେଣ୍ଟ । ୧୯ ବର୍ଷ ପର୍ଯ୍ୟନ୍ତ କ୍ରିକେଟଗ ବଲରେ ଖେଳିନଥିବା ନଟରାଜନ ମୁଖ୍ୟତଃ ଜଣେ ଟେନିସ ବଲ ଖେଳାଳି । ଟେନିସ ବଲରେ ନଟରାଜନଙ୍କ ବୋଲିଂ ଦକ୍ଷତା ଜେପ ନଟ୍ଟୁଙ୍କ ଦୃଷ୍ଟିରେ ପଡେ । ଏହାପରେ ନଟରାଜନ ଡ୍ୟୁଜ ବଲରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ତେବେ ସନେ୍ଦହଜନକ ବୋଲିଂ ଆକ୍ସନ କାରଣରୁ ବେଶ କିଛି ବର୍ଷ ପଡିଆରୁ ଦୂରେଇ ରହିଥିଲେ ।
ନଟରାଜନ ୨.୦ ଆଇପିଏଲ ପଦାର୍ପଣର ଗୋଟିଏ ବର୍ଷ ପୂର୍ବରୁ ଦେଖିବାକୁ ମିଳିଥିଲା । ତାମିଲନାଡୁ ପ୍ରିମିୟର ଲିଗରେ ଡିଣ୍ଡିଗୁଲ ଡ୍ରାଗନସ ପାଇଁ ଚମକ୍ରାର ବୋଲିଂ ପ୍ରଦର୍ଶନ କରିଥିଲେ । ଏହାପରେ କିଙ୍ଗସ ଇଲେଭେନ ପଞ୍ଜାବ ନଟରାଜନଙ୍କୁ ୩ କୋଟି ଟଙ୍କାରେ କିଣିଥିଲା । ପରେ ହାଇଦ୍ରାବାଦ ୨୦୧୮ରେ ନଟରାଜନଙ୍କୁ କିଣିଥିଲା । ଚଳିତ ଆଇପିଏଲରୁ ଭୁବନେଶ୍ୱର କୁମାର ବାଦ ପଡିବା ପରେ ନଟରାଜନ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଚଳିତ ଆଇପିଏଲରେ ସବୁଠାରୁ ଅଧିକ ୟର୍କର ପକାଇ ହାଇଦ୍ରାବାଦର ଡେଥ ବୋଲିଂକୁ ଅଧିକ ଶାଣିତ କରିଥିଲେ । ଆଇପିଏଲରେ ଚମକ୍ରାର ପ୍ରଦର୍ଶନ ସହିତ ଭାରତୀୟ ଦଳରେ ସାମିଲ ହୋଇଥିଲେ ଏବଂ ପଦାର୍ପଣ ମଧ୍ୟ କରିଛନ୍ତି ନଟରାଜନ ।