୨୪ ଘଣ୍ଟାରେ ରାଜ୍ୟରେ ୬ କରୋନା ମୃତ୍ୟୁ

୨୪ ଘଣ୍ଟାରେ ରାଜ୍ୟରେ ୬ କରୋନା ମୃତ୍ୟୁ

୨୪ ଘଣ୍ଟାରେ ରାଜ୍ୟରେ ୬ କରୋନା ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ପରିଲକ୍ଷିତ ହେଉଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୬ ଜଣ କେରାନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ କଟକରୁ ତିନି ଜଣ ଓ ସୁନ୍ଦରଗଡରୁ ତିନି ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୮ହଜାର ୧୬୩ କୁ ବୃଦ୍ଧି ପାଇଛି । ଆଜି ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାର ଜଣେ ୭୯ବର୍ଷର ବୃଦ୍ଧ ଓ ୮୦ ବର୍ଷର ଜଣେ ବୃଦ୍ଧା ଏବଂ ୫୮ ବର୍ଷର ଜଣେ ମହିଳା ରହିଛନ୍ତି । ଏହା ସହିତ ସୁନ୍ଦରଗଡର ୬୫ ଓ ୮୦ ବର୍ଷର ଦୁଇ ଜଣ ବୃଦ୍ଧ ରହିଥିବା ବେଳେ ୮୦ ବର୍ଷର ଜଣେ ବୃଦ୍ଧା ରହିଛନ୍ତି । ଏହା ସହିତ ଏହା ସହିତ ଆଜି ରାଜ୍ୟରେ ୪୧୭ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ଓ ଗତ ୨୪ଘଣ୍ଟାରେ ରାଜ୍ୟରେ ୫୩୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ବିରୋଧରେ ଲଢିବା ପାଇଁ ରାଜ୍ୟବ୍ୟାପୀ ଟିକାକରଣ ପ୍ରକ୍ରିୟା ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ।