ଏଫଆଇଏଚ ପୁରସ୍କାର ଦୌଡ଼ରେ ୪ ଭାରତୀୟ

ଏଫଆଇଏଚ ପୁରସ୍କାର ଦୌଡ଼ରେ ୪ ଭାରତୀୟ

ଏଫଆଇଏଚ ପୁରସ୍କାର ଦୌଡ଼ରେ ୪ ଭାରତୀୟ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଓ ମହିଳା ଦଳର ଦୁଇ ସଫଳ ଡ୍ରାଗଫ୍ଲିକର ହରମନପ୍ରୀତ ସିଂହ ଓ ଗୁରଜିତ କୌର ‘ଏଫଆଇଏଚ୍ ପ୍ଲେୟାର ଅଫ୍ ଦି ଇୟର’ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି । ଏହି ପୁରସ୍କାର ପାଇଁ ଘୋଷିତ ପୁରୁଷ ଓ ମହିଳା ହକି ଖେଳାଳିଙ୍କ ସଂକ୍ଷିପ୍ତ ତାଲିକାରେ ଉଭୟ ରହିଛନ୍ତି । ଭାରତୀୟ ଗୋଲ୍ ରକ୍ଷକ ପିଆର ଶ୍ରୀଜେସ୍ ଓ ସବିତା ପୁନିଆ ମଧ୍ୟ ବର୍ଷର ଶ୍ରେଷ୍ଠ ଗୋଲ୍ ରକ୍ଷକ ପୁରସ୍କାର ପାଇଁ ଏଫଆଇଏଚ୍ ( ଅନ୍ତର୍ଜାତୀୟ ହକି ମହାସଂଘ) ଦ୍ୱାରା ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଅଛନ୍ତି । ଏମାନଙ୍କ ଛଡ଼ା ଭାରତୀୟ ପୁରୁଷ ହକି ଦଳର ପ୍ରଶିକ୍ଷକ ଗ୍ରାହାମ ରିଡ୍ ଏବଂ ମହିଳା ହକି ଦଳର ପ୍ରଶିକ୍ଷକ ଜୋଏଡ୍ ମାରିନ୍ ମଧ୍ୟ ବର୍ଷର ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଛନ୍ତି । ହରମନପ୍ରୀତ ଟୋକିଓ ଅଲିମ୍ପିକ୍ସର ୮ ମ୍ୟାଚ ଖେଳି ୬ ଗୋଲ ଦେଇଥିଲେ । ଭାରତୀୟ ମହିଳା ଦଳ ସେମିଫାଇନାଲ୍ ଖେଳିବାରେ ଗୁରଜିତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଅଲିମ୍ପିକ୍ସରେ ଶ୍ରୀଜେସ୍ ଓ ସବିତା ମଧ୍ୟ ବହୁତ ଭଲ ପ୍ରଦର୍ଶନ କରିଥିଲେ ।