ଆଜି ଆଇପିଏଲରେ ସୁପରକିଙ୍ଗସ-ରାଜସ୍ଥାନ ରୟାଲ୍ସ ଭେଟ

ଆଜି ଆଇପିଏଲରେ ସୁପରକିଙ୍ଗସ-ରାଜସ୍ଥାନ ରୟାଲ୍ସ ଭେଟ

ଆଜି ଆଇପିଏଲରେ ସୁପରକିଙ୍ଗସ-ରାଜସ୍ଥାନ ରୟାଲ୍ସ ଭେଟ
ମୁମ୍ବାଇ: ଚଳିତ ଆଇପିଏଲର ୧୨ ତମ ଲିଗ ମ୍ୟାଚରେ ଆଜି ଚେନ୍ନାଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏହି ମ୍ୟାଚକୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତ କରିଛନ୍ତି । ଇତି ମଧ୍ୟରେ ଉଭୟ ଦଳ ବିଜୟ ଖାତା ଖୋଲି ସାରିଥିବାରୁ ଖେଳାଳିଙ୍କ ମନୋବଳ ଦ୍ୱିଗୁଣିତ ରହିଛି । ରାଜସ୍ଥାନ ରୟାଲ୍ସ ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗସ ଠାରୁ ପରାଜିତ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଥିଲା । ସେହିପରି ସୁପରକିଙ୍ଗସ ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲଠୁ ପରାଜିତ ହୋଇଥିଲା । ହେଲେ ଦ୍ୱିତୀୟ କ୍ୟାଚରେ ପଞ୍ଜାବ କିଙ୍ଗସକୁ ଏକତରଫା ଭାବେ ପରାସ୍ତ କରିଥିଲା । ଗତ ସିଜନରେ ଉଭୟ ଦଳ ପଏଣ୍ଟ ତାଲିକାରେ ଶେଷ ୨ୟ ସ୍ଥାନ ଅଧିକାର କରିଥିଲେ । ଏଥର ଟାଇଟଲ ଦୌଡ଼ରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛନ୍ତି । ତେଣୁ କୌଣସି ମ୍ୟାଚକୁ ହାଲକା ଭାବେ ଗ୍ରହଣ କରିବାକୁ ଉଭୟ ଦଳ ପ୍ରସ୍ତୁତ ନାହାନ୍ତି । ଆଜି ଉଭୟ ଦଳ ଶ୍ରେଷ୍ଠ ଏକାଦଶ ନେଇ ଗ୍ରାଉଣ୍ଟକୁ ଓହ୍ଲାଇବେ ।