ଆଇପିଏଲ ନିଲାମ : ସାମ କରନ ସବୁଠୁ ଦାମୀ

ଆଇପିଏଲ ନିଲାମ : ସାମ କରନ ସବୁଠୁ ଦାମୀ

ଆଇପିଏଲ  ନିଲାମ : ସାମ କରନ ସବୁଠୁ ଦାମୀ

କୋଚି : ଆଗାମୀ ଆଇପିଏଲ ପାଇଁ ମିନି ନିଲାମ ହୋଇଯାଇଛି । ନିଲାମ ତାଲିକାକୁ ମୋଟ ୪୦୫ ଖେଳାଳି ଯାଇଥିଲା ବେଳେ ସେଥିରୁ ୮୭ ଜଣଙ୍କୁ ବିଭିନ୍ନ ଦଳ କିଣିବାକୁ ଭିଡାଭିଡି ହୋଇଥିଲେ । ଏଥିରେ ଇଂଲଣ୍ଡ ଅଲ୍‌ରାଉଣ୍ଡର ସାମ୍‌ କରନକୁ ପଞ୍ଜାବ କିଙ୍ଗ୍‌ସ ୧୮.୫ କୋଟି ଟଙ୍କାରେ କିଣିଛି । ଫଳରେ ଆଇପିଏଲ ନିଲାମ ଇତିହାସରେ କରନ୍‌ ହିଁ ସବୁଠୁ ଦାମୀ ଖେଳାଳି ହୋଇଛନ୍ତି । ପଞ୍ଜାବ କିଙ୍ଗ୍‌ସ କରନ୍‌ଙ୍କ ବାବଦରେ ସର୍ବାଧିକ ୧୮.୫ କୋଟି ବ୍ୟୟ କରିଥିଲା ବେଳେ ଏହା ପୂର୍ବରୁ ଗତ ୨୦୨୧ ସଂସ୍କରଣ ନିଲାମରେ ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡର କ୍ରିସ୍‌ ମୋରିସ୍‌ଙ୍କୁ ସର୍ବଧିକ ୧୬.୨୫ କୋଟି ଟଙ୍କାରେ କିଣିଥିଲା ରାଜସ୍ଥାନ ରୟାଲସ ।

ସେହିପରି ନିଲାମରେ କରନ୍‌ଙ୍କ ପଛକୁ ଦ୍ୱିତୀୟ ସର୍ବାଧିକ ଟଙ୍କାରେ କିଣାଯାଇଛନ୍ତି ଅଷ୍‌ଟ୍ରେଲୀୟ ଅଲ୍‌ରାଉଣ୍ଡର କାମେରନ୍‌ ଗ୍ରିନ୍‌ । ପ୍ରଥମଥର ଲାଗି ଆଇପିଏଲ୍‌ ନିଲାମରେ ସାମିଲ ହୋଇଥିବା ଗ୍ରିନ୍‌ଙ୍କୁ ସର୍ବାଧିକ ୫ ଥର ବିଜେତା ହୋଇଥିବା ମୁମ୍ବାଇ ଇଣ୍ଡିଆନ୍‌ସ ୧୭.୫ କୋଟି ଟଙ୍କାରେ କିଣିଛି । ସେହିପରି ଇଂଲଣ୍ଡ ଟେଷ୍ଟ୍‌ ଅଧିନାୟକ ତଥା ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କୁ ତୃତୀୟ ସର୍ବାଧିକ ଦରରେ କିଣିଛି ଆଇପିଏଲ୍‌ର ଅନ୍ୟତମ ସଫଳ ଦଳ ଚେନ୍ନାଇ ସୁପର କିଙ୍ଗ୍‌ସ । କୋଲ୍‌କାତା ନାଇଟ୍‌ ରାଇଡର୍ସ ସହ ପ୍ରତିଦ୍ୱନ୍ଦ୍ୱିତା କରିବାପରେ ଚେନ୍ନାଇ ଷ୍ଟୋକ୍ସଙ୍କୁ ୧୬.୨୫ କୋଟି ଟଙ୍କାରେ ନିଜ ପ?ଖକୁ ନେଇଯାଇଛି । ୱେଷ୍ଟ୍‌ଇଣ୍ଡିଜ୍‌ ବ୍ୟାଟର୍‌ ନିକୋଲସ୍‌ ପୂରନ ମଧ୍ୟ ଦାମୀ ବିଦେଶୀ ଖେଳାଳିଙ୍କ ତାଲିକାରେ ଯୋଡି ହୋଇଛନ୍ତି ।

ତାଙ୍କୁ ୧୬ କୋଟି ଟଙ୍କାରେ କୋଟିରେ ସୁପର ଜିଆଣ୍ଟସ କିଣିନେଇଛି । ଇଂଲଣ୍ଡର ଉଦୀୟମାନ ତାରକା ହାରି ବ୍ରୁକ୍‌ ମଧ୍ୟ କୋଟିପତି ବନିଯାଇଛନ୍ତି । ତାଙ୍କୁ ୧୩.୨୫ କୋଟି ଟଙ୍କାରେ କିଣିଛି ସନ୍‌ରାଇଜର୍ସ ହାଇଦ୍ରାବାଦ । ପୁଣି ୱେଷ୍ଟ୍‌ଇଣ୍ଡିଜ୍‌ ଅଲ୍‌ରାଉଣ୍ଡର ଜାସନ ହୋଲ୍‌ଡରଙ୍କୁ ୫.୭୫ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସ କିଣିଛି । ଦକ୍ଷିଣ ଆଫ୍ରିକା ୱିକେଟ୍‌ ରକ୍ଷକ ବ୍ୟାଟର୍‌ ହେନ୍‌ରିକ୍‌ କ୍ଲାସେଁ ବି ମାଲେମାଲ ହୋଇଛନ୍ତି । ତାଙ୍କୁ ୫.୨୫ କୋଟି ଟଙ୍କାରେ ସନ୍‌ରାଇଜର୍ସ ହାଇଦ୍ରାବାଦ କିଣିନେଇଛି । ହେଲେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ୍‌ ତାଙ୍କ ମୂଳ ଦରରେ ବିକ୍ରି ହୋଇଛନ୍ତି । ଗୁଜରାଟ ଟାଇଟନ୍ସ ତାଙ୍କୁ ୨ କୋଟିରେ କିଣିଛି । ଜିମ୍ବାୱେ ଅଲ୍‌ରାଉଣ୍ଡର ସିକନ୍ଦର ରାଜା ଏବଂ ୱେଷ୍ଟ୍‌ଇଣ୍ଡିଜ୍‌ର ଓଡେନ୍‌ ସ୍ମିଥ୍‌ ମଧ୍ୟ ସେମାନଙ୍କ ମୂଳ ଦଳ (୫୦ ଲକ୍ଷ)ରେ ଯଥାକ୍ରମେ ପଞ୍ଜାବ କିଙ୍ଗ୍‌ସ ଓ ଗୁଜରାଟ ଟାଇଟନ୍ସ ଦଳକୁ ଯାଇଛନ୍ତି ।