କେକେଆର-ମୁମ୍ବାଇ ମୁକାବିଲା ପୂର୍ବରୁ ଅଧିନାୟକ ପଦରୁ ଓହରିଲେ କାର୍ତ୍ତିକ

କେକେଆର-ମୁମ୍ବାଇ ମୁକାବିଲା ପୂର୍ବରୁ ଅଧିନାୟକ ପଦରୁ ଓହରିଲେ କାର୍ତ୍ତିକ

କେକେଆର-ମୁମ୍ବାଇ ମୁକାବିଲା ପୂର୍ବରୁ ଅଧିନାୟକ ପଦରୁ ଓହରିଲେ କାର୍ତ୍ତିକ
ଦୁବାଇ : ଆଇପିଏଲର ୧୩ ତମ ସଂସ୍କରଣର ୩୨ ତମ ମୁକାବିଲାରେ ପରସ୍ପରର ସମ୍ମୁଖୀନ ହେବେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ ରାଇଡର୍ସ । ତେବେ ଏହି ମ୍ୟାଚ ପୂର୍ବରୁ ଅଧିନାୟକ ପଦରୁ ଓହରି ଯାଇଛନ୍ତି ଦୀନେଶ କାର୍ତ୍ତିକ । କାର୍ତ୍ତିକଙ୍କ ସ୍ଥାନରେ ଇଂଲଣ୍ଡ ଅଧିନାୟକ ଇଓନ ମୋର୍ଗାନ ଦଳର କମାଣ ସମ୍ଭାଳିବେ । ବ୍ୟାଟିଂ ଉପରେ ଅଧିକ ଫୋକସ ପାଇଁ କାର୍ତ୍ତିକ ଅଧିନାୟକ ପଦରୁ ଓହରିଥିବା ଜଣାପଡିଛି । ଏଣିକି ପିଚ ଗୁଡିକ ଧୀମା ହୋଇଥିବାରୁ ଉଭୟ ଦଳରେ ଦୁଇରୁ ଅଧିକ ସ୍ପିନରଙ୍କୁ ଦେଖିବାକୁ ମିଳିପାରେ ।