କ୍ରିକେଟ ଷ୍ଟାଡିୟମରେ ହୋଇଛି ପରିବା ଚାଷ

କ୍ରିକେଟ ଷ୍ଟାଡିୟମରେ ହୋଇଛି ପରିବା ଚାଷ

କ୍ରିକେଟ ଷ୍ଟାଡିୟମରେ ହୋଇଛି ପରିବା ଚାଷ


ଲାହୋର : ପାକିସ୍ତାନର ଷ୍ଟାଡିୟମ ଏବେ ଚାଷ ଜମି ପାଲଟିଗଲାଣି । ପଞ୍ଜାବ ପ୍ରଦେଶରେ ଥିବା ଖାନେୱାଲସ୍ଥିତ ଏକ କ୍ରିକେଟ ଷ୍ଟାଡିୟମ ଏବେ ଲଙ୍କା, କଖାରୁ ଏବଂ ବିଭିନ୍ନ ପରିବାର ଚାଷ ଜମି ହୋଇଯାଇଛି । ଷ୍ଟାଡିୟମ ଖେଳଉପଯୋଗୀ ରହିବା ସହ ଅଭ୍ୟାସ ପିଚ, ପାଭିଲିୟନ ସୁରକ୍ଷିତ ରହିବା କଥା । ହେଲେ ଏହି ଷ୍ଟାଡିୟମ ଏବେ ସ୍ଥାନୀୟ ଚାଷୀଙ୍କ କବଜାରେ । ଆତଙ୍କବାଦ ଆକ୍ରମଣ ପରେ ପାକିସ୍ତାନରେ ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ ହେଉନଥିଲା । ଏବେ ପାକିସ୍ତାନରେ ଅନ୍ତର୍ଜାତୀୟ ମ୍ୟାଚ ଆରମ୍ଭ ହେଲାଣି । ହେଲେ ଏହା ବିଶେଷ କରି ଲାହୋର ଓ କରାଚିରେ ହିଁ ଖେଳାଯାଉଛି । ନିକଟରେ ଅନ୍ତର୍ଜାତୀୟ ସୂଚୀ ତାଲିକାରେ ମୁଲତାନ ଓ ଫୈସଲାବାଦ ଯୋଡ଼ି ହୋଇଛି । କିନ୍ତୁ ଅନ୍ୟ ଷ୍ଟାଡିୟମରେ କ୍ରିକେଟ ମ୍ୟାଚ ଖେଳାଯିବା ଆଶା କମ ରହିଛି । ଏହି ସବୁ କାରଣରୁ ଜନସାଧାରଣ ଅସନ୍ତୁଷ୍ଟ ହୋଇପଡ଼ିଛନ୍ତି । ଫଳରେ ଷ୍ଟାଡିୟମକୁ ଖାଲି ନରଖି ଚାଷ କରିବାକୁ ସ୍ଥାନୀୟ ଚାଷୀ ବୋଧେ ନିଷ୍ପତ୍ତି ନେଇଛନ୍ତି । ଷ୍ଟାଡିୟମରେ ଚାଷ ହୋଇଥିବା ଭିଡିଓକୁ ପାକିସ୍ତାନର କ୍ରୀଡ଼ା ସାମ୍ବାଦିକ ସୋଏବ ଜାଟ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିବା ପରେ ଏହି ଖବର ଲୋକଲୋଚନ ଆସିଥିଲା ।