ଏସିଆ କପ୍, ଆଜି ଶ୍ରୀଲଙ୍କା ଗସ୍ତ କରିବ ଭାରତ

ଏସିଆ କପ୍, ଆଜି ଶ୍ରୀଲଙ୍କା ଗସ୍ତ କରିବ ଭାରତ

ନୂଆଦିଲ୍ଲୀ: କାଉନ ଡାଉନ ଆରମ୍ଭ ହୋଇଛି । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ରାତି ପାହିଲେ ଆରମ୍ଭ ହେବ ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ । ପାକିସ୍ତାନ ଓ ଶ୍ରୀଲଙ୍କାରେ ଏସିଆ କପର ସମସ୍ତ ମ୍ୟାଚ ଖେଳାଯିବ । ଆଜି ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଶ୍ରୀଲଙ୍କା ଯାତ୍ରା କରିବ । ଏହା ସହିତ ଏସିଆ କପ ପାଇଁ ଦଳ ବେଙ୍ଗାଲୁରୁର ଆଲୁର କ୍ରିକେଟ ଗ୍ରାଉଣ୍ଡରେ ଜୋରଦାର ଅଭ୍ୟାସ କରିଛି । ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଭାରତ ତାର ଏସିଆ କପ୍ ଅଭିଯାନ ଆରମ୍ଭ କରିବ । ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଖେଳିବ ଭାରତ ।

ଆସନ୍ତାକାଲିଠୁ ଆରମ୍ଭ ହେବ ଏସିଆ କପ୍ । ସେପ୍ଟେମ୍ବର ୨ ତାରିଖରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ସେପ୍ଟେମ୍ବର ୪ ତାରିଖରେ ଭାରତ ଓ ନେପାଳ ମଧ୍ୟରେ ମ୍ୟାଚ ଖେଳାଯିବ । ପାକିସ୍ତାନ ଓ ଶ୍ରୀଲଙ୍କାରେ ଏସିଆ କପରେ ସମସ୍ତ ୧୩ଟି ମ୍ୟାଚ ଖେଳାଯିବ । ପାକିସ୍ତାନର ମୁଲତାନରେ ଆରମ୍ଭ ହୋଇ ଶ୍ରୀଲଙ୍କାର କଲମ୍ବୋରେ ଫାଇନାଲ ମ୍ୟାଚ୍ ଖେଳାଯିବ । ପାକିସ୍ତାନର ମୁଲତାନ ଓ ଲାହୋର ଶ୍ରୀଲଙ୍କାର କାଣ୍ଡି ଓ କଲମ୍ବୋରେ ସମସ୍ତ ମ୍ୟାଚ୍ ଖେଳାଯିବ ।
ହାଇବ୍ରିଡ ଫର୍ମାଟରେ ମୋଟ ୬ଟି ଦଳକୁ ନେଇ ଏସିଆ କପ୍ ଖେଳାଯିବ । ୬ଟି ଦଳକୁ ୨ଟି ଗ୍ରୁପ୍ରେ ଭାଗ କରାଯାଇଛି । ଗ୍ରୁପ୍ ଏ'ରେ ଭାରତ, ପାକିସ୍ତାନ ଓ ନେପାଳ ରହିଛନ୍ତି । ଗ୍ରୁପ୍ ବି'ରେ ବାଂଲାଦେଶ, ଆଫଗାନିସ୍ତାନ ଓ ଶ୍ରୀଲଙ୍କା ରହିଛନ୍ତି । ନେପାଳ ପ୍ରଥମ ଥର ପାଇଁ ଏସିଆ କପ୍ ଖେଳିବାକୁ ଯାଉଛି । ପ୍ରତି ଗ୍ରୁପର ଶ୍ରେଷ୍ଠ ଦୁଇଟି ଲେଖାଏଁ ଦଳ ସୁପର-୪ ରାଉଣ୍ଡକୁ ଉନ୍ନୀତ ହେବେ । ରାଉଣ୍ଡ ରବିନ ଫର୍ମାଟରେ ସୁପର-୪ ରାଉଣ୍ଡ ଖେଳାଯିବ । ପ୍ରତ୍ୟେକ ଦଳ ପରସ୍ପରକୁ ଥରେ ଲେଖାଏଁ ଭେଟିବେ । ପଏଣ୍ଟ ତାଲିକାରେ ଶ୍ରେଷ୍ଠ ଦୁଇ ଦଳ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ । ସେପ୍ଟେମ୍ବର ୬ରୁ ସୁପର-୪ ରାଉଣ୍ଡର ଆରମ୍ଭ ହେବ ।