ରାଜଧର୍ମ ପାଳନ କରନ୍ତୁ ମୁଖ୍ୟମନ୍ତ୍ରୀ:ଅପରାଜିତା

ରାଜଧର୍ମ ପାଳନ କରନ୍ତୁ ମୁଖ୍ୟମନ୍ତ୍ରୀ:ଅପରାଜିତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧୃତରାଷ୍ଟ୍ର ହୁଅନ୍ତୁ ନାହିଁ। ରାଜଧର୍ମ ପାଳନ କରନ୍ତୁ । ଆମେ ସମସ୍ତେ ନବୀନଙ୍କ ପାଖରୁ ଏହା ଆଶା କରୁଛୁ।  ନିଜ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଜୟଦେବ ନିର୍ବାଚନ ମଣ୍ଡଳୀ ଅଠାନ୍ତରେ ବିଜେଡିର ପ୍ରାୟୋଜିତ ବିରୋଧ ପ୍ରଦର୍ଶନ ପ୍ରସଙ୍ଗରେ  ଏଭଳି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ଅପରାଜିତା ଆହୁରି କହିଛନ୍ତି  ଜୟଦେବ ନିର୍ବାଚନ ମଣ୍ଡଳୀ ଅଠାନ୍ତରକୁ ଯାଇଥିଲେ ବୁଥ ସଶକ୍ତିକରଣ କାର୍ୟ୍ୟକ୍ରମରେ ସାମିଲ ହେବାକୁ। ସେଠାରେ ମୋତେ ମିଶନ ଶକ୍ତି ମହିଳା ମାନେ ବିରୋଧ କଲେ । ସମାନ ରଙ୍ଗର ଶାଢୀ ପିନ୍ଧି ମିଶନ ଶକ୍ତି ମହିଳା ମାନେ ହାତରେ ଟେକା, ପଥର ଏବଂ ଅଣ୍ଡା ଧରି ଠିଆ ହୋଇଥିଲେ ମୋ କାର୍ୟ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ । ଜିଲ୍ଲାପାଳ ଏବଂ ପୋଲିସ ଅଧିକାରୀଙ୍କୁ ଜଣାଇ ଥିଲି । ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟୁଇଟ ୟୋଗେ ଜଣାଇଥିଲି । ମୁଁ ବୁଝି ପାରୁନାହିଁ ମହିଳା ସଶକ୍ତିକରଣ ଅର୍ଥ, କଣ ତାଙ୍କୁ ଶିଖାଯାଇଛି । ମୁଁ ଜଣେ ମହିଳା ସାଂସଦ ମୁଁ ଅସୁରକ୍ଷିତ । ରାଜ୍ୟ ସରକାର ଯଦି ସୁରକ୍ଷା ଦେଇଥାନ୍ତେ ଏ ପରିସ୍ଥିତି ସୃଷ୍ଟି ହୋଇପାରିନଥାନ୍ତା । ମିଶନ ଶକ୍ତି ମହିଳା ମାନେ ଫେଲ ମାରିଲେ ମୋ କାର୍ୟ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ । କାରଣ ଠାକୁରଙ୍କ ଆଶୀର୍ବାଦରୁ ସେଠି ମୋର ଜନ ସମର୍ଥନ ଥିବାରୁ ଏହା ସଫଳ ହେଲା ନାହିଁ । ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ହୁଅନ୍ତୁ ନାହିଁ, ମୁଖ୍ୟମନ୍ତ୍ରୀଙ୍କୁ ରାଜଧର୍ମ ପାଳନ କରିବାକୁ ପଡ଼ିବ । ମିଶନ ଶକ୍ତିର ମହିଳା ଅବା ଯିଏ ହୁଅନ୍ତୁ ଆମେ ଆଶା କରୁଛୁ ଯଦି ଭୁଲ କରୁଛନ୍ତି ତାଙ୍କୁ ପଚାରିବା କଥା ଏବଂ କାର୍ୟ୍ୟାନୁଷ୍ଠାନ ହେବା କଥା । କାରଣ ଜଣେ ମହିଳା ସାଂସଦଙ୍କ ସୁରକ୍ଷାର ପ୍ରଶ୍ନ ଅଛି । ଜମି ହଡପକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଥିଲି । ଏହା ପରଠାରୁ ଏଭଳି ଘଟଣା ଘଟୁଛି ।