ପଲୁ୍ୟସନ ଯାଞ୍ଚ ମାସେ କୋହଳ

ପଲୁ୍ୟସନ ଯାଞ୍ଚ ମାସେ କୋହଳ

 ପଲୁ୍ୟସନ ଯାଞ୍ଚ ମାସେ କୋହଳ
ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ । ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଛି ଧରପଗଡ଼ । ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା । ଡ୍ରାଇଭିଂ ଲାଇସେନ୍ସ, ଇନସୁ୍ୟରାନ୍ସ ଓ ପଲୁ୍ୟସନ ପ୍ରମାଣପତ୍ର ନଥିଲେ ଜୋରିମାନା କରାଯାଉଛି । ଇଚ୍ଛା ନଥିଲେ ବି ଲୋକେ ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି । ତେବେ ଯେଉଁମାନଙ୍କ ପାଖରେ ଏବେ ପଲୁ୍ୟସନ ପ୍ରମାଣପତ୍ର ନାହିଁ ସେମାନଙ୍କ ପାଇଁ ଖୁସି ଖବର । କାରଣ ଆସନ୍ତା ମାସକ ଯାଏଁ ପଲୁ୍ୟସନ ନେଇ ଯାଞ୍ଚ କରାଯିବ ନାହିଁ । ପଲୁ୍ୟସନ ପ୍ରମାଣପତ୍ର ଯାଞ୍ଚକୁ ଆସନ୍ତା ମାସକ ପାଇଁ କୋହଳ କରାଯାଇଛି । ଏନେଇ ପରିବହନ ସଚିବ ଜି.ଶ୍ରୀନିବାସ ସୂଚନା ଦେଇଛନ୍ତି । ଏହାଛଡ଼ା ଜନସାଧାରଣଙ୍କୁ ଅଯଥାରେ ହଇରାଣ ନକରିବାକୁ ମଧ୍ୟ ସେ ବିଭାଗୀୟ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି । ପ୍ରକାଶ ଯେ, ନୂଆ ଟ୍ରାଫିକ ଆଇନ ଲାଗୁ ହେବା ପରେ ବାଇକ ହେଉ କି କାର ଚାଳକ ସମସ୍ତଙ୍କ ନିଦ ହଜିଯାଇଛି । ଡିଏଲ ଓ ଇନ୍ସୁ୍ୟରାନ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଥିଲେ ମଧ୍ୟ ପଲୁ୍ୟସନ କଣ୍ଟା ସମସ୍ତଙ୍କୁ ଯନ୍ତ୍ରଣା ଦେଇଛି । ତରବରିଆଭାବେ ଲୋକମାନେ ପଲୁ୍ୟସନ ପ୍ରମାଣପତ୍ର ହାତେଇବାକୁ ଚିନ୍ତା କରୁଥିଲେ ମଧ୍ୟ ପ୍ରବଳ ଭିଡ଼ ଯୋଗୁଁ ତାହା ସମ୍ଭବପର ହୋଇପାରୁନାହିଁ । ଏହାକୁ ଆଖି ଆଗରେ ରଖି ପଲୁ୍ୟସନ ଯାଞ୍ଚକୁ କୋହଳ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।