ଏମସରେ ୫୦୦ ଡାକ୍ତରଙ୍କ ଧାରଣା

ଏମସରେ ୫୦୦ ଡାକ୍ତରଙ୍କ ଧାରଣା

ଏମସରେ ୫୦୦ ଡାକ୍ତରଙ୍କ ଧାରଣା
ଭୁବନେଶ୍ୱର: ବିଗତ ତିନି ଦିନ ଭିତରେ ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ତୀବ୍ର ରୂପ ନେଇଛି । ଡାକ୍ତରଙ୍କ ବଡ଼ଧରଣର ଆନ୍ଦୋଳନ ଯୋଗୁଁ ଏବେ ରୋଗୀ ଓ ସେମାନଙ୍କର ସଂପର୍କୀୟ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆନ୍ଦୋଳନର ପ୍ରଭାବ ଏବେ ଆଉ ରାଜ୍ୟ ସୀମା ଭୀତରେ ସୀମିତ ହୋଇ ରହିନାହିଁ । ଏହା ଜାତୀୟ ରାଜଧାନୀ ଦିଲ୍ଲୀ ପର‌୍ୟ୍ୟନ୍ତ ବିସ୍ତାର ଲାଭ କରି ସାରିଛି । ଏପରିକି ଏହାର ପ୍ରଭାବ ଆଜି ଓଡିଶାରେ ଦେଖିବାକୁ ମିଳିଛି । ସୂଚନାନୁସାରେ, କୋଲକାତାରେ ଏନଆରଏସ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ସାଧାରଣ ଜନତାଙ୍କ ଦ୍ୱାରା ୨ ଜଣ ସହକର୍ମୀଙ୍କୁ ଆକ୍ରମଣ କରାଯାଇଥିଲା । ଏହାପରେ ଡାକ୍ତର ମାନେ ନିଜର ସୁରକ୍ଷା ଓ ଅଦିକାର ପାଇଁ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସେମାନେ ଦାବି କରୁଛନ୍ତି । ଯାହାକୁ ସାରା ଦେଶରୁ ସମର୍ଥନ ମିଳିଛି । କୋଲକାତାରୁ ଆରମ୍ଭ ହୋଇଥିବା ଡାକ୍ତରଙ୍କ ଏହି ଆନ୍ଦୋଳନ ରାଜଧାନୀ ଦିଲ୍ଲୀ ଯାଏଁ ବ୍ୟାପିଥିଲା । ଆଜି ଓଡିଶାର ଡାକ୍ତରମାନେ ଏଥିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ଏମସରୁ ୫୦୦ରୁ ଅଧିକ ଡାକ୍ତର ମଧ୍ୟ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି । ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । କିନ୍ତୁ ଜରୁରୀକାଳିନ ସେବା ଚାଲୁ ରହିଛି । ଯଦ୍ୱାରା ଏମସର ଓପିଡି କାଉଂଟରରେ ଏକ ପ୍ରକାର ତାଲା ପଡିଛି । ଗତକାଲି ମଧ୍ୟ କଟକ ଏସସିବି ଓ ବୁର୍ଲା ଭିମସାର ଡାକ୍ତରମାନେ ଏହାକୁ ସମର୍ଥନ କରିଥିଲେ । ଅଭିଯୁକ୍ତକୁ ଗିରଫ ନ କରିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଡାକ୍ତରମାନେ ଚରମବାଣୀ ଶୁଣାଇଛନ୍ତି ।