ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ୨ ଛାତ୍ରନେତା

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ୨ ଛାତ୍ରନେତା

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ୨ ଛାତ୍ରନେତା
ମାହାଙ୍ଗା : ମହାନଦୀ ଜଳ ବିବାଦ ସମାଧାନ ପାଇଁ ସାଇକେଲରେ କଟକରୁ ଦିଲ୍ଲୀ ଯାତ୍ରା କରିଥିବା ମାହାଙ୍ଗାର ଛାତ୍ର ନେତା ତଥା ରେଭେନ୍ସା କଲେଜର ପୂର୍ବତନ ଛାତ୍ର କ୍ରିଷ୍ଣକାନ୍ତ ଷଡଙ୍ଗୀ ଓ ଆନନ୍ଦପୁରର ଶୁଭ୍ରଜିତ ବାରିକ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସେମାନେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି । ଦୁଇ ଛାତ୍ରଙ୍କ ସାହସିକତାକୁ ପ୍ରଶଂସା କରିବା ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଥିଲେ ଯେ, ‘ଦୀର୍ଘଦିନ ଧରି ତୁମ ସାଇକେଲ ଯାତ୍ରାର ପରିଶ୍ରମ କେବେ ବିଫଳ ହେବ ନାହିଁ । ଏହା ଉପରେ ବିଚାର କରାଯିବ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ବିନା ସଂଘର୍ଷରେ କୌଣସି କାର୍ଯ୍ୟ ସମ୍ଭବପର ନୁହେଁ । ଏଣୁ ଆଜିର ଯୁବପିଢ଼ି ଦେଶ ଓ ଜାତି ପାଇଁ ସଂଘର୍ଷ କରିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂସଦ ଅନୁଭବ ମହାନ୍ତି ଏବଂ ଦୁଇ ଛାତ୍ର ନେତାଙ୍କୁ ଧନ୍ୟବାଦ ଜଣାଇଥିଲେ । ସୂଚନା ଯୋଗ୍ୟ ଯେ, ଏହି ଦୁଇ ଛାତ୍ର ନେତା ଜୁଲାଇ ୧ ତାରିଖରେ କଟକରୁ ବାହାରି ଜୁଲାଇ ୩୦ ତାରିଖରେ ଦିଲ୍ଲୀରେ ପହଞ୍ଚିଥିଲେ । କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ସହଯୋଗରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ଏହି ଦୁଇ ଛାତ୍ର ନେତାଙ୍କୁ ଦିଲ୍ଲୀରେ ପ୍ରବାସୀ ଓଡ଼ିଆମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।