ସବୁ ବସଷ୍ଟାଣ୍ଡରେ ମିଳିବ ୱାଇଫାଇ ସୁବିଧା

ସବୁ ବସଷ୍ଟାଣ୍ଡରେ ମିଳିବ ୱାଇଫାଇ ସୁବିଧା

ସବୁ ବସଷ୍ଟାଣ୍ଡରେ ମିଳିବ ୱାଇଫାଇ ସୁବିଧା
ଭୁବନେଶ୍ୱର : ରାଜ୍ୟର ସମସ୍ତ ରେଳ ଷ୍ଟେସନରେ ପୂର୍ବତଟ ରେଳପଥ ମାଗଣାରେ ୱାଇଫାଇ ସେବା ଉପଲବ୍ଧ ପରେ ଏବେ ରାଜ୍ୟ ସରକାର ରାଜ୍ୟର ପ୍ରମୁଖ ବସଷ୍ଟାଣ୍ଡରେ ମାଗଣାରେ ୱାଇଫାଇ ଯୋଗାଇବା ପାଇଁ ଯୋଜନା କରୁଛନ୍ତି । ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ବାଦାମବାଡ଼ି ପୁରୀ, ମାଳତୀପାଟପୁର ସମେତ ସମସ୍ତ ଜିଲ୍ଲାର ମୁଖ୍ୟାଳୟରେ ବସଷ୍ଟାଣ୍ଡ ଗୁଡ଼ିକରେ ମାଗଣା ୱାଇଫାଇ ସେବା ଆରମ୍ଭ ହେବା ସହ ଏହା ସହ ଓଏସ୍ଆରଟିସି ମୁଖ୍ୟାଳୟ ଏବଂ ଜିଲ୍ଲା ପରିବହନ କାର୍ଯ୍ୟାଳୟଗୁଡ଼ିକରେ ବି ୱାଇଫାଇ ସେବା ଉପଲବ୍ଧ ହେବ । ୱାଇଫାଇ ସେବା ତୁରନ୍ତ ଆରମ୍ଭ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଗୁରୁବାର ଏକ ଜରୁରୀକାଳୀନ ବୈଠକ ଡକାଯାଇଛି । ପୂବତନ ରେଳପଥ କର୍ତ୍ତୃପକ୍ଷ କିପରି ରେଳଷ୍ଟେସନରେ ମାଗଣା ୱାଇଫାଇ ସେବା ଯୋଗାଉଛନ୍ତି । ସେ ନେଇ ଆଲୋଚନା କରିବାକୁ ରେଲଟେଲ୍ ନିଗମର ସହ ମହାପ୍ରବନ୍ଧକ, ବିଏସଏନଏଲର ମହାପ୍ରବନ୍ଧକ (ସିଏଫ୍ଏ)ଙ୍କୁ ଡକାଯାଇଛି । ଯଦି ବିଏସଏନଏଲ ୱାଇଫାଇ ସେବା ଯୋଗାଇବାକୁ ରାତି ହେବେ ଏ ନେଇ ତୁରନ୍ତ ପଦେକ୍ଷପ ନେବାକୁ କୁହାଯିବ । ନଚେତ୍ ବିଭିନ୍ନ ଘରୋଇ ଟେଲିକମ୍ ସଂସ୍ଥାଙ୍କୁ ଡାକି ୱାଇଫାଇ ସେବା ଯୋଗାଇବା ନେଇ ଆଲୋଚନା ହେବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।