କ୍ୟାବିନେଟ୍ ବୈଠକ ଆଜି

କ୍ୟାବିନେଟ୍ ବୈଠକ ଆଜି

କ୍ୟାବିନେଟ୍ ବୈଠକ ଆଜି
ଭୁବନେଶ୍ୱର: ଆସନ୍ତାକାଲି ସନ୍ଧ୍ୟା ୭ଟା ୧୫ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ୍ ବୈଠକ । ବୈଠକରେ ପ୍ରାୟ ୧୧ଟି ପ୍ରସ୍ତାବ ଆସିବା ସମ୍ଭାବନା ରହିଛି । ମାସର ଚତୁର୍ଥ ଶନିବାର ଛୁଟିଦିବସ ଥିବା ସତ୍ତେ୍ୱ ବିଧାନସଭା ଚାଲୁଥିବାରୁ କେତୋଟି .......ବିଲ୍ ଆଣିବାକୁ ସରକାର ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗର ଦୁଇଟି ପ୍ରସ୍ତାବ ରହିଛି । ଏସିଆନ ସ୍କୁଲ ଅଫ ବିଜିନେସ ମ୍ୟାନେଜମେଣ୍ଟ (ଏଏସବିଏମ)କୁ ଡିମଡ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବାକୁ ସରକାର ସ୍ୱତନ୍ତ୍ର ବିଲ୍ ଆଣିବେ । ସେହିପରି ଓପନ ସ୍କୁଲ ଲର୍ଣ୍ଣିଂ ବ୍ୟବସ୍ଥା ମଧ୍ୟ ପ୍ରସ୍ତାବ ଆସିବ । ଲାଞ୍ଜିଗଡ଼ରେ ରେଳ ପ୍ରକଳ୍ପ ପାଇଁ ଜମି ଯୋଗାଣ ସହିତ ଅନ୍ୟ ରେଳ ପ୍ରକଳ୍ପ ପାଇଁ ଜମି ଯୋଗାଣ ନେଇ ରାଜସ୍ୱ ବିଭାଗର ଦୁଇଟି ପ୍ରସ୍ତାବ ଅନୁଯାୟୀ ପୁରୀ ଓ ନବରଙ୍ଗପୁରରେ ତିନୋଟି ପାନୀୟ ଜଳ ପ୍ରକଳ୍ପ ପାଇଁ କ୍ୟାବିନେଟ୍ ମଞ୍ଜୁରି ନିଆଯିବ । ସେହିପରି ଆଇନ ବିଭାଗର ଗୋଟିଏ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲାଗିବ ବୋଲି ଜଣାପଡ଼ିଛି । ବିଧାନସଭା ଚାଲୁଥିବାରୁ କ୍ୟାବିନେଟ ନିଷ୍ପତ୍ତି ସଂକ୍ରାନ୍ତ ସୂଚନା ଗଣମାଧ୍ୟମକୁ ଦିଆଯାଇପାରିବନି ।୍ର