ଭୟଙ୍କର ରୂପ ନେଇ ମାଡି ଆସୁଛି ଫୋନି

ଭୟଙ୍କର ରୂପ ନେଇ ମାଡି ଆସୁଛି ଫୋନି

ଭୟଙ୍କର ରୂପ ନେଇ ମାଡି ଆସୁଛି  ଫୋନି
ଭୁବନେଶ୍ୱର : "ଭେରି ସିଭିଅର ସାଇକ୍ଲୋନ୍' ଫୋନି ଯୋଗୁଁ ଓଡ଼ିଶାର ଉପକୂଳବର୍ତୀ ଜିଲ୍ଲାମାନଙ୍କରେ ଘଂଟାକୁ ୧୭୫ରୁ ୨୦୦ କି.ମି ପଯର‌୍ୟନ୍ତ ବେଗରେ ପବନ ଏବଂ ୨୦ରୁ ୩୦ ସେଂଟିମିଟର ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବିଶେଷତଃ ଭଦ୍ରଖ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଗଞ୍ଜାମ ଓ ଗଜପତି ସମେତ ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲା ଆଦି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ବାତ୍ୟା, ବର୍ଷା ଓ ବନ୍ୟା ସ୍ଥିତିରେ ଲୋକମାନଙ୍କର ସୁରକ୍ଷା ପାଇଁ ସେମାନଙ୍କୁ ବହୁମଖୀ ବାତ୍ୟା ଅ ।ଶ୍ରୟସ୍ଥଳୀକୁ ଅଣାଇବା ସହ ଆଶ୍ରୟସ୍ଥଳୀରେ ଖାଦ୍ୟ, ଔଷଧ, ଜେନେରଟର ଏବଂ ଆବଶ୍ୟକୀୟ ପଦାର୍ଥର ବ୍ୟବସ୍ଥା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ବାତ୍ୟା ଆଶ୍ରୟସ୍ଥଳୀ ସହ ୫୦ ଜଣ ଲେଖାଏଁ ସ୍ୱେଚ୍ଛାସେବୀଙ୍କୁ ସଂଯୁକ୍ତ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ବିଷ୍ଣୁପଦ ସେଠୀ ସୂଚନା ଦେଇଥିଲେ । ଏହି ସ୍ୱେଚ୍ଛାସେବୀମାନଙ୍କ ସହ ସିଧାସଳଖ ଯୋଗାଯୋଗ ରଖିବା ପାଇଁ ବିଡ଼ିଓ ଓ ନୋଡାଲ ଅଫିସରମାନଙ୍କୁ ପରାମର୍ଶ ଦିଆଯାଇଥିଲା । ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କହିଥିଲେ ଯେ ପ୍ରତିଟି ଜୀବନ ଅମୂଲ୍ୟ । ତେଣୁ, ମେ ୨ ତାରିଖଠାରୁ ବାତ୍ୟାର ଗତି ଲକ୍ଷ୍ୟକରି ଜନଜୀବନର ସୁରକ୍ଷା ପାଇଁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟରେ ଥିବା ପଯର‌୍ୟଟକମାନଙ୍କୁ ମେ ୨ ତାରିଖ ମଧ୍ୟରେ ନିଜ ସ୍ଥାନକୁ ବା ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ପରାମର୍ଶ ଦେଇଥିଲେ । ଏଥି ପାଇଁ ହୋଟେଲ୍ ଏବଂ ଟୁର ଅପରେଟରମାନଙ୍କୁ ଅ ।ବଶ୍ୟକୀୟ ନିର୍ଦ୍ଦେଶ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିଲା । ୨ ତାରିଖଠାରୁ ଚିଲିକାରେ କୌଣସି ବୋଟ୍ ଚଳାଚଳ ନକରିବାକୁ ମଧ୍ୟ ନିର୍ଦ୍ଦେଶ ଦିଅ ।ଯାଇଥିଲା । ପୂର୍ବରୁ କ୍ୟାବିନେଟ୍ ସେକ୍ରେଟାରୀଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂରେ ଅ ।ଲୋଚନାବେଳେ ଶ୍ରୀ ପାଢ଼ୀ ରାଜ୍ୟକୁ ଅଧିକ ଏନ୍ଡିଅ ।ର୍ଏଫ୍ ୟୁନିଟ୍ ଏବଂ ବର୍ଷା ଓ ବନ୍ୟାପ୍ଳାବିତ ଅଂଚଳରେ ଖାଦ୍ୟପୁଡ଼ିଅ । ଯୋଗାଣ ନିମନ୍ତେ ୨ଟି ହେଲିକପ୍ଟର୍ ଯୋଗାଇବା ପାଇଁ ଅନୁରୋଧ କରିଥିଲେ । ରାଜ୍ୟରେ ବର୍ତମାନ ୨୦ଟି ଓଡ୍ରାଫ୍ ଏବ ୧୮ଟି ଏନ୍ଡିଅ ।ର୍ଏଫ୍ ଟିମ୍ ଉପସ୍ଥିତ ଅଛନ୍ତି । ଏହାଛଡ଼ା ସବୁ ଫାୟାର ଷ୍ଟେସନ୍କୁ ମଧ୍ୟ ଅ । ବଶ୍ୟକୀୟ ଜରୁରୀକାଳୀନ ଯନ୍ତ୍ରପାତି ଯୋଗାଇ ଦିଅ ।ଯାଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ଅଧିକ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଏହି ଟିମ୍ମାନଙ୍କୁ ମୁତୟନ କରାଯାଇଛି । ଅ ।ବଶ୍ୟକ ହେଲେ ହେଲିକପ୍ଟର ଯୋଗେ ଖାଦ୍ୟଯୋଗାଣ ପାଇଁ ଅ ।ଗୁଅ । ପ୍ରସ୍ତୁତି କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ପଂଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ବର୍ତମାନ ସୁଦ୍ଧା ଜିଲ୍ଲାର ବିଭିନ୍ନ ତହସିଲ୍ରେ ପଲିଥିନ୍ ରୋଲ ରଖାଯାଇଛି । ରିଲିଫ୍ ଯୋଗାଣ ପାଇଁ ଅ ।ବଶ୍ୟକୀୟ ଖାଦ୍ୟସାମଗ୍ରୀର ବ୍ୟବସ୍ଥା କରାଯାଉଛି । ପ୍ରତି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏବଂ ଡାକ୍ତରଖାନାରେ ଜରୁରୀକାଳୀନ ଜେନେରେଟର ସେଟ୍ ପ୍ରସ୍ତୁତ ରଖି ସ୍ୱାସ୍ଥ୍ୟସେବା ଓ ପାନୀୟ ଜଳ ଯୋଗାଣ ଅବ୍ୟାହତ ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ । ତୁରନ୍ତ ରାସ୍ତାଘାଟ ସଫା କରି ଗମନାଗମନ ପୁନଃସ୍ଥାପନ କରିବା ନିମନ୍ତେ ଓଏଫ୍ଡିସି, ଓଡ୍ରାଫ୍ ଏବଂ ଫାୟାର ଟିମ୍ମାନେ ଅ ।ଗୁଅ । ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଅ ।ଯାଇଥିଲା । ପ୍ରତି ଜିଲ୍ଲାରେଜେସିବି, ପୋକ୍ଲେନ୍, ଟ୍ରାକ୍ଟର ଅ ।ଦିକୁ ଠାବ କରି ବିଭିନ୍ନ ସ୍ଥାନରେ ଅ ।ଗୁଅ । ରଖିବା ପାଇଁ ପୂର୍ତ, ଗ୍ରାମ ଉନ୍ନୟନ ଏବଂ ପଂଚାୟତିରାଜ ବିଭାଗ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଅ ।ଯାଇଥିଲା । ଲୋକମାନଙ୍କୁ ନିରାପତା ଯୋଗାଣ କାର୍ଯ୍ୟ ପାଇଁ ଅ ।ବଶ୍ୟକୀୟ ପୋଲିସ୍ ଫୋର୍ସ ମୁତୟନ କରାଯାଉଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଜଣାଇଥିଲେ । ଉପକୂଳରେ ସାମୁଦ୍ରିକ ଜୁଅ ।ରର ସମ୍ଭାବନା ଥିବାରୁ ସମୁଦ୍ରକୂଳିଅ । ଗ୍ରାମରୁ ଲୋକମାନେ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ପରାମର୍ଶ ଦେଇଥିଲେ । ବାତ୍ୟା ସମୟରେ ସମସ୍ତ ଅଙ୍ଗନବାଡ଼ି ବନ୍ଦ ରଖିବା ସହ ଅ ।ସନ୍ନପ୍ରସବା ମହିଳାମାନଙ୍କୁ ଅ ।ଗୁଆ ଡାକ୍ତରଖାନା ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯିବା ପାଇଁ ସ୍ୱାସ୍ଥ୍ୟ, ମହିଳା ଓ ଶିଶୁକଲ୍ୟାଣ ବିଭାଗ ଅଧିକାରୀ ଓ କର୍ମଚାରୀମାନଙ୍କୁ କୁହାଯାଇଥିଲା । ବର୍ଷା ଓ ବାତ୍ୟା ସମୟରେ ଶିଶୁସୁରକ୍ଷା ଗୃହ, ବୃଦ୍ଧାଶ୍ରମ, ସେଲ୍ଟର ହୋମ୍ଗୁଡ଼ିକରେ ଥିବା ଅନ୍ତେବାସୀମାନଙ୍କର ସୁରକ୍ଷା ଏବଂ ସେମାନଙ୍କୁ ରିଲିଫ୍ ଯୋଗାଣ ଉପରେ ଧ୍ୟାନ ରଖିବାକୁ ମଧ୍ୟ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ପରେ ପରେ ତୁରନ୍ତ ବିଦ୍ୟୁତ ଯୋଗାଣ ପୁନଃ ସ୍ଥାପନ ପାଇଁ ଅ ।ଗୁଅ । ମାନବସମ୍ବଳ ଓ ଯନ୍ତ୍ରପାତି ବିଭିନ୍ନ ସ୍ଥାନରେ ମହଜୁଦ ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଶକ୍ତିବିଭାଗ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମାଙ୍କ ସମେତ ସଂପୃକ୍ତ ବିଦ୍ୟୁତ ବିତରଣ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୋଲିସ ମହାନିର୍ଦ୍ଦେଶକ ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା, କୃଷି ଉତ୍ପାଦନ କମିଶନର ଶ୍ରୀ ଗଗନ ଧଳ, ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ବିଷ୍ଣୁପଦ ସେଠୀଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ, କମିଶନର ଏବଂ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବୈଠକରେ ଅ ।ଲୋଚନାରେ ଅଂଶଗ୍ରହଣ କରି ନିଜ ନିଜ ଜିଲ୍ଲାର ପ୍ରସ୍ତୁତି ଓ ଅ ।ବଶ୍ୟକତା ବିଷୟରେ ଜଣାଇଥିଲେ ।