ଆଦିତ୍ୟ ପାଢୀଙ୍କୁ ନୂଆ ନିଯୁକ୍ତି

ଆଦିତ୍ୟ ପାଢୀଙ୍କୁ ନୂଆ ନିଯୁକ୍ତି

ଆଦିତ୍ୟ ପାଢୀଙ୍କୁ ନୂଆ ନିଯୁକ୍ତି
ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ହେବେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର । ଏସଂକ୍ରାନ୍ତୀୟ ନିଯୁକ୍ତି ପ୍ରସ୍ତାବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମୋଦନ ପ୍ରଦାନ କରିଛନ୍ତି । ଅପରପକ୍ଷରେ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଶ୍ରୀ ପାଢ଼ୀ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଥିଲେ । ତେବେ ତାଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେବାକୁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ । ଏସଂକ୍ରାନ୍ତୀୟ ଫାଇଲ ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ନିକଟକୁ ଯାଇଥିଲା । ରାଜ୍ୟପାଳ ଅନୁମୋଦନ ଦେବା ପରେ ତାଙ୍କର ସ୍ୱେଚ୍ଛାକୃତ ଅବସର ପ୍ରସ୍ତାବକୁ ଗ୍ରହଣ କରାଯିବାର ଯୋଜନା ଥିଲା । ଏବେ ତାଙ୍କ ନିଯୁକ୍ତି ପ୍ରସ୍ତାବକୁ ରାଜ୍ୟପାଳ ଅନୁମୋଦନ କରିଥିବାରୁ ଶ୍ରୀ ପାଢ଼ୀଙ୍କ ଅବସର ଆବେଦନକୁ ସରକାର ଗ୍ରହଣ କରିବେ । ତେବେ ତାଙ୍କ ସ୍ଥାନରେ କିଏ ମୁଖ୍ୟ ଶାସନ ସଚିବ ହେବେ ତାହାକୁ ନେଇ ପାୱାର କରିଡ଼ରରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।