ରାଜ୍ୟସଭାରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା

ରାଜ୍ୟସଭାରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା

ରାଜ୍ୟସଭାରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା
ନୂଆଦିଲ୍ଲୀ: ଆଜି ରାଜ୍ୟସଭାର ଶୂନ୍ୟକାଳରେ ସମାଜବାଦୀ ପାର୍ଟି ସାଂସଦ ଜାବେଦ ଅଲ୍ଲିଖାନ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟରେ ଲାଗୁ କରାଯାଇଥିବା ମହାପ୍ରୟାଣ ଯୋଜନା ପାଇଁ ପ୍ରଶଂସା କରିଥିଲେ । ହସ୍ପିଟାଲ ମାନଙ୍କ ଦ୍ୱାରା ମୃତକମାନଙ୍କ ଶବକୁ ସେମାନଙ୍କର ଘରେ ନେଇ ପହଞ୍ଚାଇବାର କୌଣସି ଉଚିତ ଯୋଜନା କରାଯାଉନଥିବା ବେଳେ ଓଡ଼ିଶା ସରକାରଙ୍କ ଦ୍ୱାରା ମୃତକଙ୍କ ଶବକୁ ଘର ପର୍ଯ୍ୟନ୍ତ ପହଞ୍ଚାଇବାର ମହାପ୍ରୟାଣ ଯୋଜନାକୁ ସାଂସଦ ଜାବେଦ ପ୍ରଶଂସା କରିଥିଲେ । ସେ କହିଥିଲେ ସ୍ୱାସ୍ଥ୍ୟ ସେବାରେ ସୁଧାର ଓ ସମ୍ପ୍ରସାରଣ ହେଉଥିବା ବେଳେ ଗରିବ ଲୋକମାନେ କୌଣସି ମତେ ଚିକିତ୍ସା ପାଇଁ ହସ୍ପିଟାଲ ପହଞ୍ଚିପାରୁଛନ୍ତି । କିନ୍ତୁ ସେମାନଙ୍କ ମୃତ୍ୟୁ ହେବା ସ୍ଥିତିରେ ସେମାନଙ୍କର ଶବକୁ ଘର ପର୍ଯ୍ୟନ୍ତ ପହଞ୍ଚାଇବାର କୌଣସି ଉଚିତ ବ୍ୟବସ୍ଥା ନାହିଁ । ନିକଟରେ ଶବକୁ କାନ୍ଧରେ ବୋହିବା, ସାଇକେଲରେ ଲଦି ନେବା, ମୃତ ପଶୁଭଳି ବୋହି ନେବାର ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି । ଏ ସମ୍ପର୍କରେ ସେ ଓଡ଼ିଶାର ଦୁଇଟି ଉଦାହରଣ ଦେଇଥିଲେ ।