ଜୟ ଶ୍ରୀରାମ ସ୍ଲୋଗାନ ନେଇ ବିଜେପି ଓ କଂଗ୍ରେସ ବିଧାୟକ ମୁହାଁମୁହିଁ

ଜୟ ଶ୍ରୀରାମ ସ୍ଲୋଗାନ ନେଇ ବିଜେପି ଓ କଂଗ୍ରେସ ବିଧାୟକ ମୁହାଁମୁହିଁ

ଜୟ ଶ୍ରୀରାମ ସ୍ଲୋଗାନ ନେଇ ବିଜେପି ଓ କଂଗ୍ରେସ ବିଧାୟକ ମୁହାଁମୁହିଁ
ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ବାହାରେ ଆଜି ବିଜେପି ବିଧାୟକ ସିପି ସିଂହ ଏବଂ କଂଗ୍ରେସ ବିଧାୟକ ଇରଫାନ ଅନସାରି ‘ଜୟ ଶ୍ରୀରାମ ସ୍ଲୋଗାନ’ ନେଇ ମୁହାଁମୁହିଁ ହୋଇଛନ୍ତି । ବିଜେପି ବିଧାୟକ ସିଂହ କଂଗ୍ରେସ ବିଧାୟକ ଅନସାରିଙ୍କୁ ‘ଜୟ ଶ୍ରୀ ରାମ’ ସ୍ଲୋଗାନ କହିବାକୁ ବାଧ୍ୟ କରୁଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଉଭୟ ନେତା ଝାଡ଼ଖଣ୍ଡ ବିଧାନସଭା ବାହାରେ ଗଣମାଧ୍ୟମକୁ ବାର୍ତ୍ତା ଦେଇଥିବା ସମୟରେ ଏଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଛି । ଅନସାରି ଗଣମାଧ୍ୟମରେ କହିଥିଲେ ଯେ ରାଜ୍ୟରେ ଚାକିରି ନଥିବାରୁ ବିଜେପି ନିର୍ବାଚନ ପୂର୍ବରୁ ବିଧାନସଭାରେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇ ଏଥିରୁ ବର୍ତ୍ତିବାକୁ ଚେଷ୍ଟା କରିଥିଲା । ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ସିଂହ ଅନସାରିଙ୍କୁ ଜୟ ଶ୍ରୀରାମ କହିବାକୁ କହିଥିଲେ । ତେବେ ସିଂହ କଣ ତାଙ୍କୁ ଧମକ ଦେଇଛନ୍ତି କି ବୋଲି ଅନସାରି ପ୍ରଶ୍ନ କରିବାରୁ ଏହାର ଉତ୍ତରରେ ବିଜେପି ନେତା ସିଂହ କହିଥିଲେ ଯେ ଅନସାରିଙ୍କ ପୂର୍ବଜମାନେ ମଧ୍ୟ ଜୟ ଶ୍ରୀରାମ କହୁଥିଲେ । ତେଣୁ ଏଥିରେ କିଛି ଭୟ କରିବାର ନାହିଁ ।