ଦୁଇଟି କଦଳୀକୁ ୪୪୨ ଟଙ୍କା : ଅଡୁଆରେ ଜେଡବ୍ୟୁ ମାରିଅଟ୍ ହୋଟେଲ
ଦୁଇଟି କଦଳୀକୁ ୪୪୨ ଟଙ୍କା : ଅଡୁଆରେ ଜେଡବ୍ୟୁ ମାରିଅଟ୍ ହୋଟେଲ
admin
Jul 26, 2019 - 09:27
Updated: Jul 26, 2019 - 09:27
ଚଣ୍ଡିଗଡ଼: ଦୁଇଟି କଦଳୀର ଦାମ କେତେ ଅଧିକ ହୋଇପାରେ । ୨୦ ଟଙ୍କା, ୩୦ ଟଙ୍କା ନା ୫୦ ଟଙ୍କା । ଏହାଠୁ ଅଧିକ କେତେ ହୋଇନଥିବ କିନ୍ତୁ ଜେଡବ୍ୟୁ ମାରିଅଟ୍ ହୋଟେଲ ଦୁଇଟି କଦଳୀର ଦାମ ୪୪୨.୫୦ ଟଙ୍କା ବିଲ କରି ଏବେ ଅଡୁଆରେ । ବଲିଉଡ଼ ଅଭିନେତା ରାହୁଲ ବୋଷ ଏହି ଘଟଣାକୁ ଲୋକଲୋଚନକୁ ଆଣିଛନ୍ତି ।
ରବିବାର ବୋଷ ଟୁଇଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ସେକ୍ଟର ୩୫ ସ୍ଥିତ ଏହି ହାଇ ପ୍ରୋଫାଇଲ ହୋଟେଲରେ ରହଣି ସମୟରେ ତାଙ୍କୁ ଦୁଇଟି କଦଳୀ ପାଇଁ ଦିଆଯାଇଥିବା ବିଲକୁ ସେ ଏଥିରେ ପୋଷ୍ଟ କରିଛନ୍ତି । ବିଲ କିପରି ୪୪୨.୫୦ ଟଙ୍କା ହେଲା ସେ ଏଥିରେ ଚକିତ ବୋଲି ଲେଖିଛନ୍ତି ।
ଚଣ୍ଡିଗଡ଼ ଡେପୁଟି କମିସନର ତଥା ଏକ୍ସାଇଡ ଓ ଟାକ୍ସେସନ କମିସନ ମନଦୀପ ସିଂହ ବ୍ରାର ବୁଧବାର ଏହି ମାମଲାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦ୍ରବ୍ୟ ଏବଂ ସେବା କର (ଜିଏସଟି) ନାମରେ ଏହି ବେଆଇନ ବିଲକୁ ନେଇ ତଦନ୍ତ ପାଇଁ ସେ କହିଛନ୍ତି । ସତେଜ ଫଳ ଉପରେ କିପରି ଜିଏସ୍ଟି ଲଗାଯାଇଛି ତାହାର ଜବାବ ହୋଟେଲ ଦେବ । ଦୋଷୀ ସାବ୍ୟସ୍ତ ହେଲେ ହୋଟେଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।