ଆଜିର ରାଶିଫଳ ୧୮ ଜାନୁଆରୀ ୨୦୨୦(ଶନିବାର)

ଆଜିର ରାଶିଫଳ ୧୮ ଜାନୁଆରୀ ୨୦୨୦(ଶନିବାର)

ଆଜିର ରାଶିଫଳ ୧୮ ଜାନୁଆରୀ ୨୦୨୦(ଶନିବାର)
ମେଷ - ମନରେ ଅହଂଭାବ ଜାଗ୍ରତ ହୋଇପାରେ। ପତ୍ନୀଙ୍କ ଇଙ୍ଗିତରେ କାର୍ୟ୍ୟ କଲେ ସଫଳତା ମିଳିବ।ପ୍ରୀତି ଲାଭ କରିପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ସମାଜ ସେବା ପ୍ରତି ଆକର୍ଷିତ ହେବେ। ଶାନ୍ତ ଓ ଧୈର୍ୟ୍ୟବାନ୍ ହୋଇପାରନ୍ତି। ବୃଷ - ଶାରୀରିକ ଶକ୍ତି ବୃଦ୍ଧି ହେବ। ଶତ୍ରୁହନ୍ତା ହେବେ। ନୃତ୍ୟ-ସଙ୍ଗୀତପ୍ରିୟ ହେବେ। ସନ୍ମାର୍ଗୀ ହେବେ। ବଦଖର୍ଚ୍ଚୀ ହୋଇପାରନ୍ତି। ଚକ୍ଷୁରେ ଯନ୍ତ୍ରଣା ଉପୁଜି ପାରେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ମିଥୁନ - ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ଶଶୁର ଘରୁ ସାହାଯ୍ୟ ମିଳିବ। ସନ୍ତାନ ଲାଭର ସୂଚନା ମିଳୁଛି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଭାବେ ଧନପ୍ରାପ୍ତ ହେବାର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦିଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ। କର୍କଟ - ଜଳପ୍ରତି ଆଦରପ୍ରେମୀ ଓ ବୁଦ୍ଧିମାନ୍ ହେବେ। ଯାନବାହନ ସୁଖ ମିଳିପାରେ। ଉଦାର ପ୍ରକୃତିର ହୋଇପାରନ୍ତି। ଦାନଶୀଳ ହେବେ। ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। କୃଷିକର୍ମକାରୀ ହୋଇପାରନ୍ତି। ସିଂହ - ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିବେ। ପ୍ରେମୀ ଓ ସାହସୀ ହେବେ। ସାନଭାଇଙ୍କ ଠାରୁ ସମ୍ମାନ ମିଳିବ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ମଧୁରଭାଷା ଯୋଗୁଁ ସାମାଜିକ ସ୍ତରରେ ଆଦରଣୀୟ ହେେବ। କନ୍ୟା - କାର୍ୟ୍ୟରେ ସଫଳତା ପାଇବାକୁ ହେଲେ ଅପେକ୍ଷା କରିବାକୁ ପଡ଼ିବ। ପରମ ଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ତୁଳା - ଯୁଦ୍ଧ କ୍ଷେତ୍ରରେ ପାରଙ୍ଗମ ହେବେ। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ନୂଆ ବନ୍ଧୁ ଜୁଟିବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ରୋଜଗାର ଆଶାନୁରୂପ ହେବ। ଐଶ୍ବର୍ୟ୍ୟଯୁକ୍ତ ହୋଇପାରନ୍ତି। ବିଛା - ଏକାନ୍ତ ପ୍ରିୟ ଓ ନେତ୍ର ରୋଗୀ ହେବେ। ମଧୁରଭାଷା ପ୍ରୟୋଗ କରି ପରକୁ ଆପଣାର କରିପାରନ୍ତି। ମନ ଭିତରେ ଅଧିକ ଖର୍ଚ୍ଚ ଜନିତ କଷ୍ଟ ଭୋଗ କରିପାରନ୍ତି। ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ଧନୁ - ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। ସନ୍ତାନମାନେ ଗୁଣୀ ଓ ସମ୍ପତ୍ତିଯୁକ୍ତ ହେବେ। ସୀମିତ ମାତ୍ରାର ଆୟ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ମକର - ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହୋଇପାରନ୍ତି। ପାରିବାରିକ ସ୍ନେହ ଅତୁଟ ରହିବ।ପରିଶ୍ରମ ଅଧିକ ହେଲେ ବି, ତା’ର ମୂଲ୍ୟ ମିଳିବ। କୁଳଦୀପକ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଦୟାଳୁ ସ୍ବଭାବର ହେବେ। କୁମ୍ଭ - ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍ ଓ ସମ୍ପତ୍ତିବାନ୍ ହେବେ। ବିଦ୍ବାନ୍ ଓ ସାହସୀ ହୋଇପାରନ୍ତି। ସେବା ଭାବନାରେ ଉଦ୍ବୁଦ୍ଧ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ-ବିଳାସରେ ସମୟ ଅତିବାହିତ କରିପାରନ୍ତି। ମୀନ - କେବଳ ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉ ଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଈର୍ଷା ପରାୟଣ ହୋଇପାରନ୍ତି। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି।