ବିଧାନସଭା ଷ୍ଟାଣ୍ଡିଙ୍ଗ୍ କମିଟି ଉପକମିଟିର ମୟୂରଭଞ୍ଜ ଗସ୍ତ
ବିଧାନସଭା ଷ୍ଟାଣ୍ଡିଙ୍ଗ୍ କମିଟି ଉପକମିଟିର ମୟୂରଭଞ୍ଜ ଗସ୍ତ
admin
Jan 17, 2020 - 15:31
Updated: Jan 17, 2020 - 15:31
ବାରିପଦା(ଦିଲ୍ଲିପ ମହାନ୍ତି)-ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଙ୍ଗ୍ କମିଟି(୬) ଉପକମିଟି(୪) ଆଜି ଦିନିକିଆ ମୟୂରଭଞ୍ଜ ଗସ୍ତରେ ଆସିଥିଲେ। ବିଧାୟକ ଅରବିନ୍ଦ ଢାଲିଙ୍କ ଅଧ୍ୟକ୍ଷତାରେ ବିଧାୟକ ସତ୍ୟନାରାୟଣ ପ୍ରଧାନ ଏହି ଗସ୍ତରେ ସାମିଲ ଥିଲେ। ଏହି ଅବସରରେ ଏହି ଉପକମିଟି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ଏବଂ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ସମ୍ପର୍କୀତ ବିଭିନ୍ନ ବିକାଶମୂଳକ ଯୋଜନାର ଅନୁଧ୍ୟାନ କରିଥିଲେ। ପ୍ରଥମେ ଏହି କମିଟି ଶ୍ୟାମାଖୁଣ୍ଟା ବ୍ଲକ୍ ଗସ୍ତ କରି ସେଠିକାର ମଣ୍ଡି ପରିଦର୍ଶନ କରିଥିଲେ। ଧାନ ବିକ୍ରି ତଥା ମାନ ପରୀକ୍ଷଣ ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଚାଷୀମାନଙ୍କ ସହିତ ଉପକମିଟିର ସଦସ୍ୟମାନେ ସିଧାସଳଖ ଆଲୋଚନା କରିଥିଲେ। ଧାନବିକ୍ରିକୁ ନେଇ ଚାଷୀମାନେ କିଛି ସମସ୍ୟାର ସମ୍ମୁଖୀନ ହେଉଥିଲେ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ଜଣାଇବାକୁ ପରାମର୍ଶ ଉପକମିଟି ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ପରେ ରେଶମ ଉତ୍ପାଦକେନ୍ଦ୍ର ପରିଦର୍ଶନ କରି ଏହି କ୍ଷେତ୍ରରେ ଥିବା ବିଭିନ୍ନ ସୁଯୋଗ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ଯୋଗାଣ ବିଭାଗ ଦ୍ୱାରା ରାସନ କାର୍ଡ ମାଧ୍ୟମରେ ଲୋକେ ସାମଗ୍ରୀ ସଠିକ ରୂପେ ପାଉଛନ୍ତି କି ନାହିଁ ସେସବୁ ତଦାରଖ କରିଥିଲେ । ଗସ୍ତପରେ ସ୍ଥାନୀୟ ସର୍କିଟ୍ହାଉସ୍ରେ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାର ହସ୍ତତନ୍ତ ଓ ବୟନ ଶିଳ୍ପ, ସମବାୟ ବିଭାଗ, ଯୋଗାଣ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଗସ୍ତସାରି ଉପକମିଟି ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିଛନ୍ତି । ଉପକମିଟି ପକ୍ଷରୁ ପ୍ରତ୍ୟେକେ ସ୍ଥିତିର ଅନୁଧ୍ୟାନ କରାଯାଇଥିବା ତଥ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯିବ। ଏଥିସହିତ ଏହାର ଉନ୍ନତି ନିମିତ୍ତ କାର୍ୟ୍ୟପନ୍ଥା ନେବାକୁ ସରକାରଙ୍କୁ ଅବଗତ କରାଇବେ ବୋଲି ବିଧାନସଭା ଉପକମିଟିର ଅଧ୍ୟକ୍ଷ ଅରବିନ୍ଦ ଢାଲି ସୂଚନା ଦେଇଛନ୍ତି। ଏହି ଅବସରରେ ଜିଲ୍ଲା ଯୋଗାଣ ଅଧିକାରୀ, ଡିଆର୍ସିଏସ୍, ସେରିକଲ୍ଚର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।