କେନ୍ଦ୍ର ନିଷ୍ପତିକୁ ରାଜ୍ୟସଭାରେ ବିଜେଡ଼ିର ସମର୍ଥନ

କେନ୍ଦ୍ର ନିଷ୍ପତିକୁ ରାଜ୍ୟସଭାରେ ବିଜେଡ଼ିର ସମର୍ଥନ

କେନ୍ଦ୍ର ନିଷ୍ପତିକୁ ରାଜ୍ୟସଭାରେ ବିଜେଡ଼ିର ସମର୍ଥନ
ନୂଆଦିଲ୍ଲୀ : ଜାମ୍ମୁକାଶ୍ମୀରରେ ଧାରା ୩୭୦ ଧାରା ଉଚ୍ଛେଦ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସଂକଳ୍ପକୁ ବିଜେଡ଼ି ସମର୍ଥନ କରିଛି । ରାଜ୍ୟସଭାରେ ସଂସଦୀୟ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତିଯେ, ଏଭଳି ଧାରା ଉଚ୍ଛେଦ ହେବାର ଆବଶ୍ୟକତା ରହିଥିଲା । ଆଜିଠାରୁ ହିଁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହେଲା । ସମସ୍ତେ କାଶ୍ମୀର ପାଇଁ କେବଳ କୁମ୍ଭୀର କାନ୍ଦଣା କରୁଥିଲେ । ହେଲେ ଆଜି ପର୍ଯ୍ୟନ୍ତ କାଶ୍ମୀରର ଅବସ୍ଥା କ’ଣ ହୋଇଛି ? କେନ୍ଦ୍ର ସରକାରଙ୍କ ଏହି ଐତିହାସିକ ନିଷ୍ପତିକୁ ସାରା ଦେଶ ସ୍ୱାଗତ କରୁଛି । ବିଜୁ ଜନତା ଦଳ ଏକ ଆଂଚଳିକ ଦଳ । ଆମର ଆଂଚଳିକ ଭାବନା ଥିଲେ ମଧ୍ୟ ଦେଶ ହିଁ ପ୍ରଥମ ବୋଲି ସେ କହିଛନ୍ତି । ସେହିପରି ଯେଉଁଦିନ ପାକ ଅଧିକୃତ କାଶ୍ମୀର ଆମ କବଜାକୁ ଆସିବ ସେଦିନ ହିଁ ଦେଶ ପାଇଁ ଆଉ ଏକ ଗୌରବର ଦିନ ହେବବୋଲି ସେ କହିଥିଲେ ।