ଦେଢ ବର୍ଷରେ ୮ ଶିଶୁଙ୍କୁ ଜନ୍ମ ଦେଲେ ମହିଳା, ଜାଣନ୍ତୁ ସତ୍ୟତା

ଦେଢ ବର୍ଷରେ ୮ ଶିଶୁଙ୍କୁ ଜନ୍ମ ଦେଲେ ମହିଳା, ଜାଣନ୍ତୁ ସତ୍ୟତା

ଦେଢ ବର୍ଷରେ ୮ ଶିଶୁଙ୍କୁ ଜନ୍ମ ଦେଲେ ମହିଳା, ଜାଣନ୍ତୁ ସତ୍ୟତା
ପାଟନା : ଦେଢ ବର୍ଷରେ ଜଣେ ମହିଳା ୮ ଜଣ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ତେବେ ଏହି ଘଟଣା ପଛର ସତ୍ୟତା କଣ ରହିଛି ଜାଣନ୍ତୁ । ବିହାରର ଲୀଲା ଦେବୀ(୬୫) ମୁଜାଫରପୁରର ବାସିନ୍ଦା । ଛୋଟି କୋଠିଆ ଗ୍ରାମର ବାସିନ୍ଦା ଲୀଲା ଦେବୀ ୨୧ ବର୍ଷ ପୂର୍ବେ ନିଜର ଚତୁର୍ଥ ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ସୁରକ୍ଷିତ ମାତୃତ୍ୱ ଯୋଜନାରେ ଏହି କେଳେଙ୍କାରୀ କରାଯାଇଛି । ବିଗତ ୧୮ ମାସ ମଧ୍ୟରେ ଲୀଲା ୮ ଥର ସନ୍ତାନ ପ୍ରସବ କରିଛନ୍ତି । ଏହି ଯୋଜନାରେ ମହିଳାଙ୍କୁ ୧୪୦୦ ଏବଂ ଆଶାକର୍ମୀଙ୍କୁ ୬୦୦ ଟଙ୍କାର ସହାୟତା ରାଶି ମିଳିଥାଏ । ତେବେ ସ୍ୱୟଂ ଲୀଲା ଦେବୀ ମଧ୍ୟ ଏହି ତଥ୍ୟରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ତେବେ ବ୍ୟାଙ୍କରୁ ଲୀଲା ଦେବୀଙ୍କ ନାମରେ ଅର୍ଥ କିଏ ବାଟ ମାରଣା କରିଛି ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ୟାଙ୍କର ମ୍ୟାନେଜରଙ୍କୁ ପଚରା ଯାଇଥିଲେ ମଧ୍ୟ କୌଣସି ସଠିକ ତଥ୍ୟ ମିଳି ପାରିନାହିଁ ।